ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି

ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି ବେଳେବେଳେ ଜୀବନ ନେଇପାରେ। ଏହାର ଏକ ଉଦାହରଣ ମଧ୍ୟ ରହିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଆମେରିକାର ଜର୍ଜିୟାରେ। ଏଠାକାର ଜଣେ ଫୁଟବଲ ଖେଳାଳି ନିଜର ଅଭ୍ୟାସ ପରେ ଥକ୍କା ମେଣ୍ଟାଇବା ପାଇଁ ଏତେ ପାଣି ପିଇଥିଲେ କି ଶେଷରେ ତାଙ୍କ ଜୀବନ ଚାଲିଗଲା। ପଡ଼ିଆରେ ଖେଳୁଥିବା ସମୟରେ ସେ ଥକ୍କା ଅନୁଭବ କରିଥିଲେ। ଏହା ପରେ ସେ ଏକାଥରକେ ୭.୬ ଲିଟର ପାଣି ପିଇଦେଇଥିଲେ। ଘରକୁ ଯିବା ପରେ ସେ ବେହୋସ ହୋଇଗଲେ। ପରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ କହିଥିଲେ କି, ଅଧିକ ପାଣି ପିଇବାରୁ ତାଙ୍କ ମସ୍ତିଷ୍କରେ ପ୍ରଭାବ ପଡ଼ିଛି। ଫଳରେ ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଆବଶ୍ୟକଠାରୁ ଅଧିକ ପାଣି ପଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଡାକ୍ତର କୁହନ୍ତି।