ପାହାଡ଼ ଉପରୁ ଅନ୍‌ଲାଇନ୍‌ କ୍ଲାସ ସାରି ଫେରୁଥିଲେ ତଳକୁ: ହେଲେ ବିଧାତାର ଥିଲା ଆଉ କିଛି ଇଚ୍ଛା…

ରାୟଗଡା ଅଫିସ, ୧୮।୮: ମନରେ ପାଠ ପଢ଼ା ନିଶା ଏତେ ଥିଲା ଯେ, ସବୁ ବାଧା ବିଘ୍ନକୁ ଏଡ଼ାଇ ସାମାନ୍ୟ ନେଟନ୍‌ଓ୍ବାର୍କ ପାଇଁ ପାହାଡ ଉପରକୁ ଚଢ଼ିଯାଇଥିଲେ ନାବାଳକ। ଅନ୍‌ଲାଇନ୍‌ କ୍ଲାସ ସାରି ପୁଣି ପାହାଡ଼ରୁ ତଳକୁ ଫେରି ଆସିଥାନ୍ତେ ଘରକୁ। ହେଲେ ବିଧାତାର ଥିଲା କିଛି ଅନ୍ୟ ଇଚ୍ଛା। ପଥର ଧସି ଚାଲିଗଲାଲା ନାବାଳକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲା ପଦ୍ମପୁର ବ୍ଲକରେ । କରୋନା ଯୋଗୁ ସ୍କୁଲ ବନ୍ଦ ଥିବାରୁ ପଦ୍ମପୁର ବ୍ଲକ ନୂଆ ଗଡ଼ ପଞ୍ଚାୟତ କନ୍ଧ ପଣ୍ଡୁରାଗୁଡ଼ାର ନର ହରି ଜାଗରାଙ୍ଗାଙ୍କ ପୁଅ ଅନ୍ଦ୍ରିଇ ଘରେ ରହି ଅନ୍‌ଲାଇନ୍‌ କ୍ଲାସ କରୁଥିଲେ। ଘରେ ନେଟ୍‌ଓ୍ବର୍କ ଆସୁ ନ ଥିବାରୁ ସେ ଚାଲି ଯାଇଥିଲେ ପାହାଡ଼ ଉପରକୁ। ଆଉ ସେଠୁ ସେ ଆସିପାରି ନ ଥିଲେ। ଅନ୍ଦ୍ରିଇ ୧୩ କଟକ ମିସନାରୀ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ର। ଗୁରୁତର ହୋଇ ପଦ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Share