ପୁତ୍ର ହତ୍ୟାକାରୀ ପିତାଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬ ମାସ ଅତିରିକ୍ତ ଦଣ୍ଡ ଶୁଣାଇଛନ୍ତି। ତାଙ୍କ ନାମ ଚେରେଙ୍ଗା ମୁଣ୍ଡା(୫୫) ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଲୁଣଘର ଗ୍ରାମରେ ବୋଲି ଜଣାପଡ଼ିଛି। ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କର ୨୦୧୯ ନଭେମ୍ବର ୧୭ ରାତିରେ ଚେରେଙ୍ଗା ମୁଣ୍ଡା ଏକ ଟାଙ୍ଗିଆରେ ପୁଅ ଘନ ମୁଣ୍ଡାକୁ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ହତ୍ୟାକାରୀଙ୍କ ଭାଇ ବାବୁଲା ମୁଣ୍ଡା ସଦର ଥାନାରେ ୧୮ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୩୪୧ ତା ୧୮ା୧୧ା୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜିଲା କାରାଗାରରେ ଥିଲେ। ଆଜି ସମୁଦାୟ ୧୪ ସାକ୍ଷୀଙ୍କ ବୟାନ ଏବଂ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଦଫା ୩୦୨ରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।