Categories: ଜାତୀୟ

ଖାଦ୍ୟ ଅପମିଶ୍ରଣ କଲେ ଆଜୀବନ କାରାଦଣ୍ଡ

ଭୋପାଳ,୨୭।୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯିବ ବୋଲି ଶିବରାଜଙ୍କ କ୍ୟାବିନେଟ୍‌ରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ପୂର୍ବରୁ ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୬ ମାସର ଜେଲ ଦଣ୍ଡାଦେଶର ଆଇନ ଥିଲା। ପରେ ଏହାକୁ ବଢ଼ାଇ ୩ ବର୍ଷ କରାଯାଇଥିଲା। ଏନେଇ ରାଜ୍ୟ ସ୍ବରାଷ୍ଟ୍ରନ୍ତ୍ରର ନରୋତ୍ତମ ମିଶ୍ର କହିଛନ୍ତି ଯେ, ଖାଦ୍ୟ ଅପମିଶ୍ରଣ ଏକ ବଡ଼ ଅପରାଧ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି। ଖାଦ୍ୟ ଅପମିଶ୍ରଣ ସହିତ ଏକ୍ସପାୟରି ଡେଟ୍‌ ସାମଗ୍ରୀ ବିକ୍ରି କଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Share