ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ସ୍ତ୍ରୀଙ୍କୁ ପୋଡ଼ିମାରିଥିଲେ

ଭୁବନେଶ୍ବର ୨୭।୬: ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏମ୍‌ଏଲ୍‌ଏଏମ୍‌ପି କୋର୍ଟ । ରାୟଗଡା ଜିଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ବର ଏମ୍‌ଏଲ୍‌ଏ କଲୋନୀରେ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିଲେ । ବାସଭବନ ଡିଏସ୍‌୧୮/୧ରୁ ତାଙ୍କ ସ୍ତ୍ରୀଙ୍କର ମୃତଦେହ ମିଳିଥିଲା । ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ରାମମୂର୍ତ୍ତି ଜାଳି ଦେଇଥିବା ଅଭିଯୋଗ ହୋଇଥିଲା ।

Share