ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଗୋପିନାଥପୁର ଫାର୍ମ ସାହିରେ ୨୦୨୧ରେ ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜି ଜିଲା ଦୌରଜଜ ଅଶୋକ କୁମାର ପଣ୍ଡା ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ଅଭିଯୁକ୍ତଙ୍କ ନାମ ଦିଲ୍ଲୀପ କୁମାର ବେଣ୍ଟକାର ବୋଲି ଜଣାପଡିଛି। ଘରୋଇ କଳିକୁ ନେଇ ଦିଲ୍ଲୀପ ତାଙ୍କ ସ୍ତ୍ରୀ ସବିତା ବେଣ୍ଟ କାରଙ୍କୁ ହତ୍ୟା କରିଥିଲେ। ୬/୦୧/୨୦୨୧ରେ ଘରୋଇ କଳିକୁ ନେଇ ହତ୍ୟା କାଣ୍ଡ ଘଟିଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Share