Categories: ଜାତୀୟ

ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଲକ୍ଷ୍ମୀପୁର ଖେରୀ,୧୫।୮: ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ଗଣବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ଏହି ଘଟଣାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ସୁନୀଲ ଓ ଜୁନାଇଦଙ୍କୁ ଆଜୀବନ କାରାଦଣ୍ଡ ସହ ୪୬ ହଜାର ଲେଖାଏଁ ଅର୍ଥଦଣ୍ଡ ଦେଇଛନ୍ତି। ସେହିପରି ଅନ୍ୟ ଦୁଇ ଜଣଙ୍କୁ ୬ ବର୍ଷ ଜେଲ୍‌ ସହ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୨୨ ସେପ୍ଟେମ୍ବର ୨୪ ତାରିଖରେ ଲକ୍ଷ୍ମୀପୁର ଖେରୀ ଅଞ୍ଚଳର ଦୁଇ ଦଳିତ ନାବାଳିକା ଭଉଣୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ କରିବା ସହ ୬ ଜଣଙ୍କ ସମ୍ପୃକ୍ତି ନେଇ ଚାର୍ଜଶିଟ୍‌ ଦାଖଲ କରିଥିଲେ।

Share