ସ୍ତ୍ରୀ ହତ୍ୟାକାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ୨୦୨୩ ମେ ୨୬ ତାରିଖ ଜଗଦଳପୁର ଗ୍ରାମର ଜି.ଲକ୍ଷ୍ମୀ ପାତ୍ର (୩୮)ଙ୍କ ମୃତଦେହ ଗାଁ ଶ୍ମଶାନରୁ ଜବତ କରିଥିଲା। ଏହା ଏକ ହତ୍ୟା ମାମଲା ସ୍ପଷ୍ଟ ହେବା ପରେ ପୋଲିସ ହତ୍ୟାକାରୀ ସ୍ୱାମୀ ଓ ପ୍ରମାଣ ନଷ୍ଟ କରିବା ପାଇଁ ସ୍ମଶାନଙ୍କୁ ମୃତଦେହ ନେଉଥିବା ଅଭିଯୋଗରେ ମୃତ ମହିଳାଙ୍କ ଶଶୁର ଓ ଗ୍ରାମର ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଉକ୍ତ ମାମଲାର ତ୍ୱରିତ ବିଚାର କରି ଜିଲାଜଜ ରୂପଶ୍ରୀ ଚୌଧୁରୀ ସୋମବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସ୍ତ୍ରୀ’ହନ୍ତା ସ୍ୱାମୀ ଜି. ସୀମାଞ୍ଚଳ ପାତ୍ର(୪୩)ଙ୍କୁ ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପଟେ ସ୍ତ୍ରୀ’ଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ସ୍ମଶାନରେ ପୋଢ଼ିବା ପାଇଁ ନେଉଥିବା ଅଭିଯୋଗରେ ସୀମାଞ୍ଚଳଙ୍କୁ ୩ବର୍ଷ ଜେଲ ଓ ୫ହଜାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ପବ୍ଲିକ ପ୍ରସିକ୍ୟୁଟର (ପିପି) ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି।

ମହିଳାଙ୍କ ମୃତଦେହ ଦାହ ପାଇଁ ନେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ଜାମିନରେ ଥିବା ମୃତ ମହିଳାଙ୍କ ତାଙ୍କ ଶଶୁର ଜି.ସାକିଲ ପାତ୍ର(୬୮) , ଉକ୍ତ ଗାଁ’ର ଡ଼ି.କାଳୁ ପାତ୍ର (୫୨), କେ. ଶିବରାମ ପାତ୍ର(୩୮) ଓ ପି. ନରସିଂହ ଦାସ(୨୮)ଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ପ୍ରକାଶ ଥାଉ କି ସୀମାଞ୍ଚଳ ପାତ୍ର ୨୦୦୬ ରେ ଶ୍ରୀରଙ୍ଗରାଜ ଗ୍ରାମର ପି. ରଙ୍କ ପାତ୍ରଙ୍କ ଝିଅ ଲଷ୍ମୀ ପାତ୍ରଙ୍କୁ ବିବାହ କରିଥିଲେ। ସ୍ତ୍ରୀ-ର ଚରିତ୍ରକୁ ସନ୍ଧେହ କରି ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା। ଲଷ୍ମୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା କହି ସୀମାଞ୍ଚଳ ନିଜର ବାପା ଓ ଗ୍ରାମର କିଛି ବ୍ୟକ୍ତିଙ୍କ ଜରିଆରେ ମୃତଦେହ ଦାହ କରିବାକୁ ଲୁଚାଛପାରେ ଶ୍ମଶାନକୁ ନେଇଥିଲେ।

ଅନ୍ୟପଟେ ଲଷ୍ମୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ମୃତଦେହ ଦାହ କରିବାକୁ ଶ୍ମଶାନକୁ ନେଇଛନ୍ତି ବୋଲି ଗ୍ରାମର କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଜଗଦଳପୁର ଗ୍ରାମର ଶ୍ମଶାନକୁ ଯାଇ ମହିଳାଙ୍କୁ ମୁଖାଗ୍ନି ଦିଆଯିବା ପୂର୍ବରୁ ମୃତଦେହ ଜବତ କରିଥିଲା। ମୃତ ଲଷ୍ମୀ ପାତ୍ରଙ୍କ ଭାଇ ପି.ରାମଚନ୍ଦ୍ର ପାତ୍ରଙ୍କ ଅଭିଯୋଗ ଓ ବ୍ୟବଛେଦ ରିପୋର୍ଟ ଅନୁସାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ରାୟ ପ୍ରକାଶ ବେଳେ ଉପରୋକ୍ତ ଅଭିଯୁକ୍ତ ମାନେ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀ ମାନଙ୍କ ବୟାନ ଓ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟକୁ ଆଧାର କରି ଜିଲା ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ

ତେନ୍ତୁଳିଖୁଣ୍ଟି, ୨୩।୯(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର କଣ୍ଟାଗାଁରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ହାତ...

ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ

କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସ୍ନେହାପ୍ରଭା...

କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ

ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri