ହାତମୁଠାରେ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ

 

ସାମାନ୍ୟ ହାତ ପାପୁଲି। ତା’ ଭିତରେ ଜୀବନକୁ ବାନ୍ଧି ରଖିହେବ ତ ! ଏ ହାତ ପାପୁଲି ଛୋଟ ହେଲେ ବି ଭାରି କରାମତି। ଏ ଧନୀକୁ ଗରିବ କରିପାରେ। ରଙ୍କିକୁ ଧନୀ କରିପାରେ। ଏ ହାତର କରାମତି ଭାରି ବିସ୍ମୟ। ବୁଝିହୁଏନା କିଛି। ଯେ ବୁଝେ ସେ ଖୋଜେ। ସେ ହାତକୁ ନିଜ ବାଗରେ ପରିଚାଳିତ କରେ। ପାପୁଲି ଦେହରେ ଥିବା ଅଙ୍କାବଙ୍କା ରେଖାସବୁ ତା’ର କାଳେ ଭାଗ୍ୟ। କିନ୍ତୁ କେହି କେହି ଏହି ଭାଗ୍ୟକୁ ବଦଳେଇବାର କ୍ଷମତା ରଖନ୍ତି ବୋଲି ଦାବି କରନ୍ତି। ପରିଶ୍ରମ ବଳରେ ହୁଏତ ଭାଗ୍ୟ ବି ବଦଳିଯାଏ ଅନେକ ସମୟରେ। ଜୀବନ ପରୀକ୍ଷା ନେଇଥାଏ ପ୍ରତିଥର। ପ୍ରତିକ୍ଷଣ ଜୀବନ ପରୀକ୍ଷାରେ ସମ୍ମୁଖୀନ ହୋଇଥାଏ ମଣିଷ। ଏଇ ପରୀକ୍ଷା ହିଁ ମଣିଷକୁ ମଜଭୁତ କରେ। ମନୋବଳକୁ ଦୃଢ଼ କରେ। ଆଗକୁ ବଢ଼ିବାକୁ ଶକ୍ତି, ସାମର୍ଥ୍ୟ ଓ ରାହା ଦେଖାଏ। କିନ୍ତୁ ଅନେକ ସମୟରେ ମଣିଷ ଜୀବନର ଅର୍ଥକୁ ବୁଝିପାରେନି। ଜୀବନର ଅର୍ଥକୁ କଦର୍ଥ କରିବସେ। ନିଜ ଚଲାପଥକୁ କଣ୍ଟକିତ କରିପକାଏ। ଜୀବନ ସୁନେଲି ସ୍ବପ୍ନ ଦେଖାଏ। ବାହୁରେ ଦୁଇଟି ଡେଣା ଲଗାଏ। ଉଡ଼ିବାକୁ ପ୍ରାଥମିକ ବଳ ଯୋଗାଏ। ଉଡ଼ାଣ ନିଜ ପାଖରେ ଥାଏ। କେତେ ଦୂର ଉଡ଼ିବାକୁ ହେବ ନିଜକୁ ନିଜେ ପ୍ରସ୍ତୁତ କରିବାକୁ ହୁଏ। ଏମିତି ଉଡ଼ାଣ କରିବା ଉଚିତ ନୁହେଁ, ଯେଉଁଠି ନିଜ ପାଦ ତଳର ମାଟି ସବୁବେଳେ ସ୍ପଷ୍ଟ ଦେଖାଯାଉଥିବ। ସମୟ ଅସମୟରେ ନିଜକୁ ନିଜେ ଥୟ କରି ପୁନଶ୍ଚ ଠିଆ ହେବାର ଅବକାଶ ନିଜ ପାଖରେ ରଖିବା ଉଚିତ।
ଏବେ ମଣିଷ ଜୀବନ ସହ ଧୁମ୍‌ କୁସ୍ତି କରି ଚାଲିଛି। ଜୀବନଠାରୁ ଜିତି ଆଗେଇବାକୁ ଭାରି ଇଚ୍ଛା ମଣିଷର। ସେଥିପାଇଁ ସେ ଅସୁମାରି ସ୍ବପ୍ନ ଦେଖେ। ପାର୍ଥିବ ସୁଖ ପଛରେ ଦୌଡ଼ିବା ଆରମ୍ଭ କରେ। ସେ ଦୌଡିବାର ଶେଷ ନାହିଁ। ଦୌଡିବାର ବେଗ ବଢ଼େ ସିନା କେଉଁଠି କିଛି ସମୟ ଅଟକିବାର ନାଁ ନାହିଁ। କିନ୍ତୁ ଶେଷରେ ଛଅ ହାତ ଚାଖଣ୍ଡେ ଜାଗା ଭିତରେ ନିଜକୁ ସୀମିତ ରଖେ। ଅଧିକ ସ୍ଥାନ ତା’ର ଲୋଡ଼ା ପଡ଼େନି। ଏକଥା ବୁଝିପାରେନି ବୋଲି ଜୀବନସାରା ପ୍ରତିଯୋଗିତା କରେ ଅନ୍ୟ ସହ। ପ୍ରାଚୁର୍ଯ୍ୟ ଭିତରେ ଅବଦମିତ ଦୁଃଖକୁ ଘୋଡ଼େଇବାକୁ ଚେଷ୍ଟା କରେ। ସୁଖ ଭଳି ଦେଖା ଯାଉଥିବା ଭୋଗର ଅସୁମାରି ଉପାଦାନ ସମୂହ ଭିତରେ ଦୁଃଖ ସବୁ ଆଖିମିଟିକା ମାରେ। ନିଜ ଛଡା ଅନେକେ ହୁଏତ ଏହାକୁ ଦେଖିପାରନ୍ତିନି କି ବୁଝିପାରନ୍ତିନି। ଅନ୍ତରଜ୍ୱାଳାକୁ ବି ଫେଡି କହିହୁଏନି। ଜୀବନକୁ ହାତମୁଠାରେ ରଖିବାର ଦୁର୍ବାର କାମନା ଭିତରେ ଜୀବନ ହାତମୁଠାରୁ ଅପସରିଯାଏ। ତେଣୁ ଛୋଟ ଛୋଟ ସ୍ବପ୍ନକୁ ପୂରଣ କରି ଜୀବନକୁ ଆଗେଇ ନେଲେ ଜୀବନ ନିଜ ଶୈଳୀରେ ଆଗକୁ ବଢ଼ିବାକୁ ହେବ। ଗୋଟିଏ ପରେ ଗୋଟିଏ ଶିଡି ଦେଇ ଆଗକୁ ବଢିଲେ ଉପରକୁ ଉଠିବା ସହଜ ହେବ। ଜୀବନ ଏମିତି ଜିଇବାକୁ ହେବ ଯେଉଁଠି ବେଶି କିଛି ପାଇବାର ଲୋଭ ନ ଥିବ କି ଅନେକ କିଛି ହରାଇବାର ଗ୍ଳାନି ନ ଥିବ।
ଛୋଟ ଛୋଟ ଖୁସିକୁ ସାଉଁଟି ଜୀବନକୁ ଉପଭୋଗ କରିବାକୁ ହେବ। ଏସବୁ ସମାହାର ଜୀବନକୁ ରସସିକ୍ତ କରାଇବ। ଜୀବନର ପ୍ରକୃତ ଅର୍ଥକୁ ଅନୁଭବ କରିବାର ପର୍ଯ୍ୟାପ୍ତ ଅବସର ଦେବ। ସଦ୍ୟ ଖୁସିରେ ଆନନ୍ଦିତ ହେବା ଅବଶ୍ୟ। ଜୀବନ ଗୋଟାପଣେ ସହଜ ଓ ସରଳ। ଆମ ମନ ଓ ଆଗ୍ରହ ଏହାକୁ ଜଟିଳ ଓ କୁଟିଳ କରିଦିଏ। ଏକଥା ବି ସତ ଜୀବନ କେବେ ବି ବିନା ମୂଲ୍ୟ ଓ ବିନା ପରିଶ୍ରମରେ କିଛି ଦିଏନି। ଏପରିକି ଶ୍ୱାସପ୍ରଶ୍ୱାସରେ କିଛି ନେବାକୁ ହେଲେ କିଛି ଛାଡିବାକୁ ପଡ଼େ ଆମକୁ। ନିଜର ସୁସଂହତ ଜୀବନ ଶୈଳୀ, ଆସ୍ଥା, ଦୃଢ଼ ବିଶ୍ୱାସ ଓ ଅମୂଲ୍ୟ କର୍ମ ଜୀବନରେ ପ୍ରତିଫଳିତ ହୋଇଥାଏ। ଯେମିତି ମଣିଷ କରେ ସେମିତି ଜୀବନ ଫଳ ଦେଇଦିଏ। ହୁଏତ ବିଳମ୍ବ ହୋଇପାରେ କିନ୍ତୁ ଅବଶ୍ୟ ପ୍ରାପ୍ତି ଦିଏ। ଦୁନିଆକୁ ଦେଖି ନିଜ ଜୀବନକୁ ଯିଏ ବଦଳେଇବାକୁ ଚେଷ୍ଟା କରେ ସେ କଷ୍ଟ ପାଇବା ସ୍ବାଭାବିକ। ନିଜ ପାଇଁ ନିଜେ ବଦଳି ଗଲେ ଜୀବନ ବି ଦୁନିଆ ପାଇଁ ଆପଣାଛାଏ ବଦଳିଯିବ। ତେଣୁ ମନକୁ ଯେତେ ଶୂନ୍ୟ ରଖିହେବ ଜୀବନ ସେତିକି ମୂଲ୍ୟବାନ ହୋଇପାରିବ। ମନକୁ ଶୂନ୍ୟ ରଖିବାକୁ ହେଲେ ଜୀବନରେ ଅସମ୍ଭବ କାମନା ଓ ପ୍ରାପ୍ତିଠାରୁ ଦୂରେଇ ରଖିବାକୁ ହେବ। ତେବେ ଯାଇ ହାତମୁଠାରେ ଜୀବନ ରହିବ। ଜୀବନ ଚିର ସବୁଜ, ସୁନ୍ଦର ଓ ସରସ ହୋଇପାରିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri