ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ ହ୍ରାସ ଚିଠିରେ ସେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।

ଜୁଲାଇ ୨୮ରେ ନୀତିନ ଗଡକରୀ ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ, ଜୀବନ ଏବଂ ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ହଟାଇବାକୁ ଅନୁରୋଧ। ବରିଷ୍ଠ ନାଗରିକଙ୍କ ପାଇଁ ଏହା ବହୁତ ଅଧିକ ହୋଇ ଯାଉଛି। ଗଡକରୀ ତାଙ୍କ ଚିଠିରେ କହିଛନ୍ତି, ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କର ଆବଶ୍ୟକତା ହେଉଛି ଜୀବନ ବୀମା ଏବଂ ସ୍ବାସ୍ଥ୍ୟ ବୀମା। ଏହା ମଧ୍ୟ ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେବେ, ଏହି ପ୍ରିମିୟମ ଉତ୍ପାଦଗୁଡିକ ଉପରେ ୧୮ ପ୍ରତିଶତ ଟିକସ ଏହି କ୍ଷେତ୍ରର ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି।

Share