ଜୀବନ ପାଣିଫୋଟକା

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ନିବେଶକୁ ଉତ୍ସାହିତ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଉପତ୍ାଦନର ପ୍ରମୁଖ ଭୂମିକାରେ ଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ଅର୍ଥିକ ଦିଗକୁ ଅଣଦେଖା କରାଯିବାର ଖବର ସାମ୍ନାକୁ ଆସୁଛି। ବିଶେଷକରି ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପକେନ୍ଦ୍ରରେ ଦୁର୍ଘଟଣା ଯୋଗୁ ଶ୍ରମିକ ମୃତାହତ ହେବା ଚିନ୍ତାର ବିଷୟ। ୨୦୨୧ରେ ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ, ୨୦୨୩ରେ ସୁନ୍ଦରଗଡ଼ର ଶୁଭ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଓ ୨ ଆହତ ହେବା ପ୍ରାୟ ସମସ୍ତଙ୍କର ମନେଅଛି। ଚଳିତ ସପ୍ତାହ ଅର୍ଥାତ୍‌ ୨୪ ଜୁନ ୨୦୨୪ରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ଗ୍ରାମରେ ଥିବା ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ କାରଖାନାର ମେକାନିକାଲ ଷ୍ଟ୍ରକ୍‌ଚର ଭୁଶୁଡ଼ି ୨ ଶ୍ରମିକଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ଆହତ ହୋଇଛନ୍ତି। ଓଡ଼ିିଶା ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୨ ମଧ୍ୟରେ ବିଭିନ୍ନ କଳକାରଖାନା ଦୁର୍ଘଟଣାରେ ୧୩୭ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୩୨ ଜଣ ଆହତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ତଥ୍ୟ ଦର୍ଶାଏ, କାରଖାନା ଦୁର୍ଘଟଣାରେ ଭାରତରେ ଦିନକୁ ହାରାହାରି ୩ ଜଣଙ୍କର ମୃତ୍ୟୁ ହେଉଛି। ଦେଖିବାକୁ ଗଲେ ରାଜ୍ୟରେ ବିଭିନ୍ନ କଳକାରଖାନା ସମେତ କ୍ରଶର, ପଥର ଖାଦାନ, ଖଣି ଖନନ, ନିର୍ମାଣ, ଇଟାଭାଟି ଭଳି ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନେ ଦୁର୍ଘଟଣାରେ ମୃତାହତ ହେଉଛନ୍ତି।
ଏଭଳି ଦୁର୍ଘଟଣା ପଛରେ ଅନେକ କାରଣ ରହିଛି। ଶ୍ରମିକମାନେ ନିଜ ସୁରକ୍ଷା ପାଇଁ ଯତ୍ନବାନ ନୁହନ୍ତି। ଭାରତରେ ଏହା ଏକ ଚିରାଚରିତ ସମସ୍ୟା। ମଣିଷ ଜୀବନର କୌଣସି ମୂଲ୍ୟ ଏହି ଦେଶରେ ପୂର୍ବରୁ ନ ଥିଲା କି ଆଜି ମଧ୍ୟ ନାହିଁ। ଉଦାହରଣ ସ୍ବରୂପ ଜୁନ ୧୭ ତାରିଖରେ କାଞ୍ଚନଜଙ୍ଗା ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ବିଷୟରେ କୌଣସି ତଥ୍ୟ ଦେଶବାସୀ ଜାଣିନାହାନ୍ତି। ଅର୍ଥାତ୍‌ ସେହି ସବୁ ମୃତ ଯାତ୍ରୀଙ୍କ ଜୀବନର କୌଣସି ମୂଲ୍ୟ ଥିଲା ଭଳି ଏ ଜାତି ଭାବେ ନାହିଁ। ଯେଉଁ ପରିବାରର ବ୍ୟକ୍ତି ମୃତ୍ୟୁର ସମ୍ମୁଖୀନ ହୁଏ, କେବଳ ସେହି ପରିବାର ସେଥିପାଇଁ ବ୍ୟସ୍ତ ହୁଏ। କିନ୍ତୁ ଯେହେତୁ ସାମାଜିକ ସ୍ତରରେ ଏହିସବୁ ଦୁର୍ଘଟଣା ପ୍ରତି କେବେହେଲେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଏନାହିଁ, ସେଥିପାଇଁ ସରକାର ମଧ୍ୟ ଦୀର୍ଘମିଆଦୀ ସମାଧାନ ଖୋଜିବା ଲାଗି ଚିନ୍ତା କରେ ନାହିଁ। ଭାବିବାକୁ ଗଲେ କାଞ୍ଚନଜଙ୍ଗା ଏକ୍ସପ୍ରେସ, ବାହାନଗା ଟ୍ରେନ ଦୁର୍ଘଟଣା ଭଳି ବିରାଟକାୟ ଦୁର୍ଘଟଣା ଏବଂ ଅନେକଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଭାରତର ବିଭିନ୍ନ କଳକାରଖାନାରେ ସୁସ୍ଥସବଳ ଲୋକଙ୍କର ଅକାଳ ବିୟୋଗ ଘଟିବାରେ ଲାଗିଛି। ଯେଉଁମାନେ ମୂଲ ଲାଗି ରୋଜଗାର କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ତାଙ୍କ ପଛରେ ଥିବା ଗୋଟିଏ ପରିବାରର ଦାୟିତ୍ୱ ବହନ କରୁଥିବେ। ସେହି ରୋଜଗାର କରୁଥିବା ବ୍ୟକ୍ତିର ମୃତ୍ୟୁପରେ ତାଙ୍କର ପରିବାର ତଳିତଳାନ୍ତ ହୋଇଯାଇଥାଆନ୍ତି। ସାଧାରଣ ଭାରତୀୟଙ୍କ ଚରିତ୍ର ହେଉଛି ସମସ୍ୟା ନିଜ ମୁଣ୍ଡ ଉପରେ ପଡ଼ି ନ ଥିବା ହେତୁ ସେହି ସମସ୍ୟା କାହାରି ଆଖିକୁ ଦେଖାଯାଏ ନାହିଁ। ତେଣୁ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କଠାରୁ ଆରମ୍ଭ କରି ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବା ମିସ୍ତ୍ରିର ଜୀବନ ପାଣିଫୋଟକା ଭଳି। ସକାଳୁ ଜଳଖିଆ ଖାଇ ଘରୁ ବାହାରିଲାବେଳକୁ ଜଣା ନଥାଏ ସନ୍ଧ୍ୟାରେ ପୁନର୍ବାର ଘରକୁ ଫେରିବେ କି ନାହିଁ। ଏଭଳି ପ୍ରଚ୍ଛଦପଟରେ ସୁଧାର ଆଣିବାକୁ ହେଲେ କେବଳ ଆଇନ ପ୍ରଣୟନ ଯଥେଷ୍ଟ ହେବ ନାହିଁ। ଯେଉଁସବୁ ସରକାରୀ ସଂସ୍ଥାକୁ ଶ୍ରମିକ ସୁରକ୍ଷା ସମ୍ପନ୍ଧୀୟ ଦାୟିତ୍ୱ ଦିଆଯାଇଛି, ତାହାର ତଳତଳିଆ କର୍ମଚାରୀମାନେ ଅଳ୍ପ କିଛି ଅର୍ଥ ହାସଲ କରି ବଡ଼ ବିପଦ ପ୍ରତି ଦୁଆର ଖୋଲି ଦେଇଥାଆନ୍ତି। ଯେଉଁ ପର୍ଯ୍ୟନ୍ତ ଦୁର୍ଘଟଣା ଘଟି ନ ଥାଏ, ସେ ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ଚାଲିଥାଏ। ସେହିସବୁ କନିଷ୍ଠ ସରକାରୀ କର୍ମଚାରୀମାନେ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିଚାଲିଥାନ୍ତି। ଯେତେବେଳେ ଦୁର୍ଘଟଣା ଘଟେ, ସେତେବେଳେ ମାନ୍ଦା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ଯାହାର କୌଣସି ପ୍ରଭାବ ପଡ଼େନାହିଁ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସେନାହିଁ। ଏଥିସହିତ ଯୋଡ଼ି ହୋଇଯାଏ ଶ୍ରମିକ ଜୀବନର ବେପରୁଆ ଆଭିମୁଖ୍ୟ। ସଡ଼କ, ରେଳ ଏବଂ ଶିଳ୍ପ ଦୁର୍ଘଟଣାରୁ ଆରମ୍ଭ କରି ଟ୍ୟୁବ୍‌ଓ୍ବେଲ ଭିତରେ ପିଲା ପଡ଼ିଯିବା ଭଳି ଅସ୍ବାଭାବିକ ଦୁର୍ଘଟଣା କେବଳ ଭାରତରେ ଅଧିକ ପରିମାଣରେ ଘଟିଥାଏ। ସେଥିପାଇଁ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି ତାହା ଦୋହରାଯାଇପାରେ ଯେ, କେବଳ ଆଇନ ନୁହେଁ, ମଣିଷ ଜୀବନର ମୂଲ୍ୟକୁ ସମ୍ମାନ ଦେଇ ସବୁ ସ୍ତରରେ ଯଦି ଆଭିମୁଖ୍ୟର ପରିବର୍ତ୍ତନ ଘଟିବ, ତେବେ ଅନେକ ଦୁର୍ଘଟଣାରୁ ବଞ୍ଚତ୍ବା ସମ୍ଭବପର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମିତି ବ୍ୟକ୍ତି ଦେଖିଛନ୍ତି ଯିଏ ତାଙ୍କ ସବୁ ସଞ୍ଚତ୍ତ ଧନ ଓ ସ୍ତ୍ରୀଙ୍କ ଗହଣା ବିକ୍ରି କରି ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି? ହଁ, ଦିଲ୍ଲୀର ପ୍ରବୀଣ...

ଆଲ୍‌ଗୋରିଦମ୍‌ ନିବେଶର ଯୁଗ

ସୌରଜିତ ପ୍ରଧାନୀ ଆର୍ଥିକ ବଜାରର ନିରନ୍ତର ବିକାଶଶୀଳ ପରିଦୃଶ୍ୟରେ ମାନବୀୟ ହସ୍ତକ୍ଷେପ ବନାମ ସ୍ବୟଂକ୍ରିୟତାର ଭୂମିକାକୁ ନେଇ ବିତର୍କ ତୀବ୍ରତର ହୋଇଛି। ଅତ୍ୟାଧୁନିକ ଆଲ୍‌ଗୋରିଦମ୍‌, ଆର୍ଟିଫିସିଆଲ...

ଆସ ଫିଙ୍ଗିବା ମଞ୍ଜିଗୋଳା

ଡ. ଜୟକୃଷ୍ଣ ପାଣିଗ୍ରାହୀ ବୃକ୍ଷମାନେ ବାୟୁକୁ ଶୁଦ୍ଧକରନ୍ତି ଏବଂ ରୋଗ ମଧ୍ୟ ଦୂରକରିବାରେ ସହଯୋଗକରନ୍ତି। ଏଥିପାଇଁ ବୃକ୍ଷରୋପଣ ପ୍ରାଣୀମାନଙ୍କ ନିମନ୍ତେ ହିତକାରୀ। ବୃକ୍ଷଲତା ସହ ଜୀବଜନ୍ତୁ...

କେତେ ନୂଆ ଆଇନ

ବ୍ରିଟିଶ ଅମଳର ଆପରାଧିକ ଆଇନକୁ ଶେଷକରି ଭାରତରେ ୩ଟି ନୂତନ ଆଇନ ଏହି ମାସ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି...

ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଏବଂ ପରିବେଶ ପ୍ରଦୂଷଣ କମ୍‌ କରିବାରେ ଦିନକୁ ଦିନ ନୂଆ ନୂଆ ଉପାୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗର...

ଉପେକ୍ଷିତ ଜନମତ

ରବିନାରାୟଣ ସାମଲ   ଗତ ସାଧାରଣ ନିର୍ବାଚନରେ ସୁରଟ ଲୋକ ସଭା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୮ ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର...

ଆମ ଭାରତୀୟ ରେଳପଥ

ସୌଭାଗ୍ୟ ସୁନ୍ଦରରାୟ   ଓଡ଼ିଶାରେ ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ ପୂରିବା ବେଳକୁ ପଶ୍ଚିମବଙ୍ଗରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଗତ ୧୭ ତାରିଖ ସକାଳେ ୯ଜଣ...

ଭୋଟ ହେଉଛି ଗଙ୍ଗାସ୍ନାନ

୨୦୨୪ ଲୋକ ସଭା ନିର୍ବାଚନ ସରି ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ପାର୍ଲାମେଣ୍ଟରେ ତାଙ୍କ ଅଭିଭାଷଣ ରଖିସାରିଛନ୍ତି। ସେଥିରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri