ଦେଶ ଛାଡ଼ିବାକୁ ଜୀବନ ବାଜି

କାବୁଲ, ୧୭ା୮: ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ତାଲିବାନ ରାଜଧାନୀ କାବୁଲ ଅକ୍ତିଆର କରିବା ପରେ ଲୋକେ ଭୟରେ ଏବେ ଦେଶ ଛାଡ଼ିବାକୁ ବ୍ୟାକୁଳ ହୋଇପଡ଼ିଲେଣି। ତାଲିବାନର କଠୋର ଶାସନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ କରିବାକୁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି। ଏପରି କି ଜୀବନକୁ ବାଜି ଲଗାଇ ସ୍ଥାନୀୟ ଓ ବିଦେଶୀ ନାଗରିକ ସୋମବାର ବିମାନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ରନ୍‌ଓ୍ବେରେ ବିମାନ ଚାଲିବାବେଳେ ତା’ଉପରକୁ କିଛି ଲୋକ ଚଢ଼ୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ବହୁସଂଖ୍ୟାରେ ଲୋକ ଏକସଙ୍ଗେ ବିମାନରେ ଉଠିବାକୁ ଉଦ୍ୟମ କଲାବେଳେ ବିଶୃଙ୍ଖଳିତ ସ୍ଥିତି ସୃଷ୍ଟି ହେବାରୁ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିମାନରୁ ଖସିପଡ଼ି ୩ ଜଣଙ୍କ ଜୀବନ ଯାଇଛି।
ଦେଶ ଛାଡ଼ିବା ପାଇଁ କାବୁଲ୍‌ର ହମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେଶନ ଭଳି ଭିଡ଼ ସ୍ଥିତି ଦେଖିବାକୁ ମିଳିଥିଲା। କାବୁଲରେ ଅବସ୍ଥାପିତ ଆମେରିକା ଦୂତାବାସର କର୍ମଚାରୀ ଓ ଅଧିକାରୀଙ୍କୁ ସ୍ବଦେଶ ନେବା ପାଇଁ ଆସିଥିବା ବାୟୁସେନା ବିମାନରେ ଶହଶହ ଲୋକ ଏକାବେଳେ ଉଠିବା ପାଇଁ ଚେଷ୍ଟା କରିଥିଲେ। ଭିଡ଼ ହଟାଇବା ପାଇଁ ଆମେରିକା ସୈନ୍ୟ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଚାଳନା ସତ୍ତ୍ୱେ ଲୋକେ ଏହାକୁ ଭ୍ରୂକ୍ଷେପ ନ କରି ବିମାନ ଚାରିପାର୍ଶ୍ୱରେ ଚଢ଼ିବାକୁ ଲାଗିଥିଲେ। ସାମ୍ପ୍ରତିକ ସ୍ଥିତିକୁ ଦେଖି ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ଯେକୌଣସି ପ୍ରକାରେ କାବୁଲ ବାହାରକୁ ଯିବା ପାଇଁ ଲୋକେ ସାମରିକ ବିମାନରେ ଚଢ଼ିବା ଲାଗି ଉଦ୍ୟମ କରିଥିଲେ। ଆମେରିକା, ବ୍ରିଟେନ ଓ ଅନ୍ୟ ଦେଶର ସାମରିକ ବିମାନ ସେମାନଙ୍କ ନାଗରିକଙ୍କୁ ନେବା ପାଇଁ ଆସିଥିବାବେଳେ ସେଥିରେ ଚଢ଼ିବା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଆମେରିକା ବାୟୁସେନା ବିମାନ ଉଡ଼ାଣ ପାଇଁ ରନ୍‌ଓ୍ବେରେ ଗଡୁଥିବାବେଳେ ଶହ ଶହ ଲୋକ ଏହାର ଦୁଇପାର୍ଶ୍ୱ ଏବଂ ଆଗରେ ଦୌଡ଼ୁଥିବା ଭିଡିଓ ଚିତ୍ରରୁ ଦେଖିବାକୁ ମିଳିଛି। ଏପରିକି ତିନିଜଣ ଏକ ସାମରିକ ବିମାନ ଚକାକୁ ଜାବୁଡ଼ି ଧରି ଦେଶ ବାହାରକୁ ପଳାଇବା ପାଇଁ ଉଦ୍ୟମ କରିଥିଲେ। ବିମାନଟି ଉଡ଼ିବା ମାତ୍ରେ ସେମାନେ ଖସିପଡ଼ି ପ୍ରାଣ ହରାଇଥିଲେ। ଉଡ଼ନ୍ତା ବିମାନରୁ ଲୋକେ ଖସିପଡ଼ୁଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆତଙ୍କିତ ଲୋକେ ବିମାନ ଧରିବା ପାଇଁ ଏୟାରବ୍ରିଜ୍‌ ଚଢ଼ୁଥିବା ଦେଖାଯାଇଛି। ତେବେ ୫ ଜଣଙ୍କର ମୃତ୍ୟୁ
ଗୁଳିମାଡ଼ରେ ହୋଇଛି କି ଦଳାଚକଟାରେ, ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଯୋଗ୍ୟ, ୨ଦଶନ୍ଧି ଧରି ଆମେରିକା ସେନାର ଉପସ୍ଥିତି ସତ୍ତ୍ୱେ ଆଫଗାନିସ୍ତାନ ଭାଗ୍ୟ ବଦଳିପାରିଲାନି। ରବିବାର କାବୁଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପରେ ତାଲିବାନ ଆଫଗାନିସ୍ତାନ ଉପରେ ବିଜୟ ଘୋଷଣା କରିଛି। ଖୁବ୍‌ଶୀଘ୍ର ସେଠାରେ ତାଲିବାନ ସରକାର ଗଠନ ହେବାକୁ ଯାଉଛି। ସେପଟେ ରାଷ୍ଟ୍ରପତି ଅଶ୍ରଫ ଘନି ନିଜ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ତାଜିକ୍‌ସ୍ତାନରେ ତାଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁମତି ନ ମିଳିବାରୁ ସେ ଓମାନ୍‌ରେ ରହିଛନ୍ତି। ସେଠାରୁ ଖୁବ୍‌ଶୀଘ୍ର ସେ ଆମେରିକା ଯିବାକୁ ଉଦ୍ୟମ କରଉଛନ୍ତି। ତାଲିବାନ କବଳରେ ଦେଶ ଥିବାବେଳେ ଘନି ଜନସାଧାରଣଙ୍କୁ ଅସହାୟ ଭାବେ ଛାଡ଼ି ପଳାଇବାକୁ ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କରଜାଇ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନ କ୍ଷମତାକୁ ଆସିବା ନିମନ୍ତେ ସେ ଏହି ସଙ୍ଗଠନ ସହ ଆଲୋଚନା କରିବେ ବୋଲି କର୍‌ଜାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ସାକ୍ଷାତ କଲେ ବାଇଡେନ-ଟ୍ରମ୍ପ; କ୍ଷମତା ହସ୍ତାନ୍ତର ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି। ବୈଠକ ଆରମ୍ଭରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାଇନାର ନୁଆ ଚାଲ୍‌: ପାକିସ୍ତାନକୁ ଦେଲା ଚେତାବନୀ

ବେଜିଂ,୧୩।୧୧:ନିକଟରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ଦୁଇ ଜଣ ଚାଇନାର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହା ପରେ ଚାଇନା ପାକିସ୍ତାନରେ କାର୍ଯ୍ୟ...

ଟ୍ରମ୍ପଙ୍କ ବିଜୟର ପ୍ରକୃତ ହିରୋ ହେଉଛନ୍ତି ଏହି ୧୮ ବର୍ଷୀୟ ଯୁବକ: ଜାଣନ୍ତୁ ସେ କିଏ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିକଟରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ନେଇ ସାରା ବିଶ୍ୱ ଗଣମାଧ୍ୟମରେ ଆଲୋଚନା କରାଯାଉଛି।...

ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ...

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ...

ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ...

ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri