Categories: ଜାତୀୟ

ଧର୍ମଠାରୁ ଜୀବନ ବଡ଼

ନୂଆଦିଲ୍ଲୀ, ୨୧ା୭: ବକ୍‌ର-ଇଦ୍‌ ଉତ୍ସବ ପାଇଁ କରୋନା ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା କୋହଳ କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଲକଡାଉନ୍‌ କୋହଳ କରିବା ପାଇଁ ବ୍ୟବସାୟୀଙ୍କ ଦାବି ଆଗରେ କେରଳ ସରକାର ଆତ୍ମସମର୍ପଣ କରିବା ଆଶ୍ଚର୍ଯ୍ୟଜନକ। ଧର୍ମଠାରୁ ଜୀବନ ବଡ଼। ଏଥିସହ ସମ୍ବିଧାନର ଧାରା ୨୧ ଏବଂ ୧୪୪ କୁ ଧ୍ୟାନରେ ରଖି କାଉଡ଼ିଆ ଯାତ୍ରା ପାଳନ ଉପଲକ୍ଷେ ଜାରି ହୋଇଥିବା ନିର୍ଦ୍ଦେଶ ପାଳନ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି। କୌଣସି ପ୍ରକାର ଚାପ ନାଗରିକଙ୍କ ଜୀବନ ଅଧିକାରକୁ ଉଲ୍ଲଂଘନ କରିପାରିବ ନାହିଁ। ଏହାବାଦ୍‌ ଯଦି ଏପରି କୌଣସି ଘଟଣା ଘଟେ ତେବେ ଜନସାଧାରଣ ସେ ବାବଦରେ ସର୍ବୋଚ୍ଚ ଅଦାଲତକୁ ଜଣାଇ ପାରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବକ୍‌ର-ଇଦ୍‌ ପାଇଁ ରାଜ୍ୟରେ ଲାଗୁ କରାଯାଇଥିବା କରୋନା କଟକଣା କୋହଳ କରାଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶନିବାର ଘୋଷଣା କରିଥିଲେ।

Share