ମହାମାରୀ ହାତରେ ଜୀବନ ଡୋର: ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଆଗରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ମହାମାରୀ ହାତରେ ମଣିଷଙ୍କ ଜୀବନ ଡୋର ରହିଥିବାବେଳେ ନିଶ୍ୱାସ ଫେରି ପାଇବାକୁ ଆକ୍ରାନ୍ତ ପ୍ରୟାସ କରୁଛନ୍ତି। ତେବେ ଅକ୍ସିଜେନ୍‌ ସିଲିଣ୍ଡର ଅଭାବରୁ ଏହା ସମ୍ଭବ ହୋଇ ପାରୁ ନାହିଁ। ରାଜଧାନୀ ଦିଲ୍ଲୀର ନାରାୟଣା ଅକ୍ସିଜେନ୍‌ ଫିଲିଂ ପ୍ଲାଣ୍ଟ୍‌ ଆଗରେ ସୋମବାର ସକାଳେ ଲୋକ ଏବଂ ହସ୍ପିଟାଲ ଆମ୍ବୁଲାନ୍ସ୍‌ର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କେତେକ ଲୋକ ଗତ ଦୁଇ ଦିନ ଧରି ଏଠାରେ ଖାଲି ସିଲିଣ୍ଡର ଧରି ରିଫିଲିଂ ପାଇଁ ଅପେକ୍ଷା କରିଛନ୍ତି। ପ୍ଲାଣ୍ଟ୍‌ ବାହାରେ ମୁତୟନ ଥିବା ପୋଲିସଙ୍କ ଅନୁସାରେ ଏସ୍‌ଡିଏମ୍‌ଙ୍କୁ ଅପେକ୍ଷା କରାଯାଇଛି। ସେ ଅକ୍ସିଜେନ୍‌ ରିଲିଜ୍‌ ଆଦେଶରେ ଦସ୍ତଖତ କରିବା ପରେ ହିଁ ରିଫିଲିଂ କାର୍ଯ୍ୟ ଆରମ୍ଭ ହେବ। ଖରାଦିନ ଯୋଗୁ ତାତି ବଢୁଥିଲେ ମଧ୍ୟ ଏହାକୁ ଖାତିର ନ କରି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ସିଲିଣ୍ଡର ରିଫିଲିଂ କରିବା ଲାଗି ଲାଇନରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।

Share