ସିଂହପୁର,୮।୧୨(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରୀ ପଞ୍ଚାୟତ ଜରୀ ଗ୍ରାମ ତୋଟା ସାହିର ଅଲେଖ ମଳିକଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି। ସୂଚନାଯୋଗ୍ୟ, ଜରୀ ଗ୍ରାମର ଅଲେଖ ମଳିକଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ପୁଅ ଅଲେଖ ଏବେ ଯକ୍ଷ୍ମା(ଟିବି) ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିସତ୍ିତ ହେଉଛନ୍ତି। ହେଲେ ଚିକିସତ୍ାରେ ଅର୍ଥ ବାଧକ ସାଜିଛି। ଭଙ୍ଗା କୁଡିଆରେ ରହିଥିଲେ ମଧ୍ୟ ଆବାସ ଯୋଜନା ତାଲିକାରେ ନାଁ ନ ଥିବାରୁ କେବେ ଘର ମିଳିବ ତାହା ଜଣାପଡିନାହିଁ। ଆଜି ପର୍ଯ୍ୟନ୍ତ ରାଶନ କାର୍ଡରୁ ମଧ୍ୟ ବଞ୍ଚିତ ଅଛନ୍ତି ଅଲେଖ। ଅଧିକାଂଶ ଦିନ କାମ କରି ପାରୁନଥିବାରୁ ଉପାସ ରହୁଥିବା ସେ କହିଛନ୍ତିି। ସରକାରୀ ଚାକିରିଆ ରାଶନ କାର୍ଡର ସୁବିଧା ପାଉଥିବା ବେଳେ ଏଭଳି ଗରିବ ବାଦ୍ ପଡିବା ଆଶ୍ଚର୍ଯ୍ୟର କଥା। ତେବେ ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଜିଲାପାଳଙ୍କଠାରେ ସଂପୃକ୍ତ ପରିବାର ଲୋକ ନିବେଦନ କରିଛନ୍ତି।