କର୍ଲାମୁଣ୍ଡା,୬।୨(ଡି.ଏନ.ଏ.):ସରକାର ବାସହୀନଙ୍କ ପାଇଁ ଘର ଯୋଗାଇବା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଥିଲେ। ହେଲେ ଯୋଗ୍ୟ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ଫଳରେ ଭଙ୍ଗା, ଦଦରା ଘରେ ଅନେକ ଲୋକ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ଚିତ୍ର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଅଙ୍ଗଦପଡାର ଲକ୍ଷ ମାଝିଙ୍କ ମାଟି ଘର ଦେଖିବାକୁ ମିଳିଛି। କୁସୁର୍ଲା ଅଙ୍ଗଦପଡାର ଲକ୍ଷ ମାଝି ତାଙ୍କ ପରିବାର ଓ ତାଙ୍କ ଭାଇ ଜଗବନ୍ଧୁ ମାଝିଙ୍କ ସହ ଆଜକୁ ୧୦ ବର୍ଷ ହେବ ପଡା ନିକଟସ୍ଥ ମଙ୍ଗଳାଜୋର ନିକଟରେ ଝାଟିମାଟି ଘରେ ରହିଆସୁଛନ୍ତି। ଆବାସ ଯୋଜନାରେ ସାମିଲ ହେବା ପାଇଁ ପଞ୍ଚାୟତଠୁଁ ବ୍ଲକ ଯାଏଁ ସମସ୍ତ ଜନପ୍ରତିନିଧି, ଅଧିକାରୀମାନଙ୍କୁ ଜଣେଇଥିଲେ ହେଁ ଘର ପାଇପାରୁ ନ ଥିବା ଲକ୍ଷ କହିଛନ୍ତି। ଅନ୍ୟପଟେ ଲକ୍ଷ ମାଝି (୭୫) ଓ ତାଙ୍କ ସ୍ତ୍ରୀ ହେମ ମାଝି (୬୭) ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ମିଶ୍ରଙ୍କୁ ପଚାରିବାରୁ ଭତ୍ତା ପାଇଁ ଆମେ ଅନଲାଇନ ଆବେଦନ କରିଦେଇଛୁ, ଶୀଘ୍ର ପାଇଯିବେ ବୋଲି କହିବା ସହ ଘର ପାଇଁ ପୂର୍ବ ତାଲିକା ଅନୁସାରେ ହେଉଛି, ତଥାପି ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି।