ଭଙ୍ଗାଘରେ ବିତୁଛି ଜୀବନ, ବର୍ଷେ ହେଲା ମିଳୁନି ରାଶନ

ରାଜନଗର,୩୦ା୮(ଡି.ଏନ.ଏ.):କେହି ଯେପରି ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ଗରିବ ଲୋକମାନଙ୍କୁ ପ୍ରତିମାସରେ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। କିନ୍ତ୨ୁ ଭଙ୍ଗା ଚାଳଘର ଉପରେ ପାଲ ଟାଣି ରହୁଥିବା ଗରିବ ପରିବାର ବର୍ଷେ ହେଲା ରାଶନ ସାମଗ୍ରୀରୁ ବଞ୍ଚତ୍ତ ହୋଇଛନ୍ତି। ସେ ହେଲେ ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ବାରୁଣା ଗଁାର ଗୋଲେଖ ପ୍ରଧାନ। ଗୋଲେଖଙ୍କର ଜମିବାଡ଼ି ନ ଥିବାବେଳେ ଭାଗଚାଷ କରି ଓ ମୂଲମଜୁରି ଲାଗି ପରିବାର ଚଳାନ୍ତି। ତାଙ୍କର ରହିବାକୁ ଘରଟିଏ ନାହିଁ। ତାଙ୍କ ଚାଳ ଛପର ଘର ଦୀର୍ଘ ୨ ବର୍ଷ ହେଲା ଭାଙ୍ଗିଗଲାଣି। ଘର କାନ୍ଥରୁ ମାଟି ଖସି ପଡ଼ିଥିବା ବେଳେ ଉପରେ ପାଲଟାଣି ରହୁଛନ୍ତି। ଗୋଲେଖଙ୍କ ସ୍ତ୍ରୀ ଜୟନ୍ତୀଙ୍କ ନଁାରେ ରାଶନ କାର୍ଡ ନଂ. ୧୭୦୯୦୯୧୨୭୦୪ରେ ଥିଲା। ଏଥିରେ ସ୍ବାମୀସ୍ତ୍ରୀ, ୨ ଝିଅ ଓ ପୁଅବୋହୂଙ୍କ ନଁା ଥିଲା। ତାଙ୍କ ଅଭିଯୋଗ ମୁତାବକ, ସେ ୨୦୨୧ ଅଗଷ୍ଟଠାରୁ କୌଣସି ରାଶନ ସାମଗ୍ରୀ ପାଉନାହାନ୍ତି। ସେ ଗରିବ ଲୋକ ହୋଇଥିବାରୁ ଯେଉଁଦିନ ଖଟୁଛନ୍ତି ଘରେ ଚୁଲି ଜଳୁଛି ନ ହେଲେ ପରିବାର ଉପବାସରେ ଦିନ କାଟୁଛନ୍ତି। ତାଙ୍କ ପୁଅ, ବୋହୂ ଭିନ୍ନେ ହୋଇଯାଇ ଅଲଗା ରାଶନ କାର୍ଡ କରି ନେଇଛନ୍ତି। ପୁଅବୋହୂ ଅଲଗା କାର୍ଡ କରିଥିବାରୁ ତାଙ୍କୁ ରିଟେଲର କୌଣସି ସାମଗ୍ରୀ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସ୍ବାମୀ ସ୍ତ୍ରୀ ରାଶନ ସାମଗ୍ରୀ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି ଦୁଃଖ ବୁଝୁ ନ ଥିବା ଗୋଲେଖ ଅଭିଯୋଗ କରିଛନ୍ତି।

Share