କେନ୍ଦୁଝର,୧୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ପାହାଡ଼ ତଳ କୁଣ୍ଢେଇ ଗ୍ରାମର ଦିବ୍ୟାଙ୍ଗ ବୁଦ୍ଧିଆ ଜୁଆଙ୍ଗ(୨୪) ତରଳ ଖାଦ୍ୟ ଖାଇ ବହୁ କଷ୍ଟରେ ବଞ୍ଚତ୍ଛନ୍ତି। ତାଙ୍କର ପାଟି ଜନ୍ମରୁ ଖୋଲୁ ନ ଥିବାରୁ ଖାଦ୍ୟ ଖାଇବାରେ ବହୁ ଅସୁବିଧା ଭୋଗୁଛନ୍ତି। ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁ ନ ଥିବା କହିଛନ୍ତି। ଏତଦ୍ ବ୍ୟତୀତକ ସେ ଚିତ୍ର କରିବା ସହ ବାଦ୍ୟ ବଜାଇବାରେ ପାରଙ୍ଗମ।
ବୁଦ୍ଧିଆଙ୍କ ଗୋଟିଏ ଗୋଡ଼ ଛୋଟ ହୋଇଥିବାରୁ ଭଲ ଭାବରେ ଚାଲିପାରୁନାହାନ୍ତି। ଜନ୍ମରୁ ତାଙ୍କର ପାଟି ସମ୍ପୂର୍ଣ୍ଣ ଭାବେ ଖୋଲୁନାହିଁ। ତେଣୁ ଭଲ ଭାବରେ କଥା ମଧ୍ୟ କହିପାରନ୍ତିନାହିଁ। ଭାତ, ରୁଟି ଭଳି ଖାଦ୍ୟ ଖାଇ ପାରୁ ନ ଥିବାରୁ ପେଯ, ସୁଜି, ତୋରାଣି କଖାଇ ବଞ୍ଚତ୍ଥିବା ନିଜେ ଖନେଇ ଖନେଇ କୁହନ୍ତି। ଜୁଆଙ୍ଗ ଉନ୍ନୟନ ସଂସ୍ଥା ସହାୟତାରେ ସେଲୁନ ଖୋଲି ଦୁଇ ପଇସା ରୋଜଗାର କରୁଛନ୍ତି। ଅର୍ଥାଭାବରୁ ଚିକିତ୍ସା କରିପାରିନାହିଁ। ସହାୟତା ମିଳିଲେ ପୁଅ କଥା କହିପାରନ୍ତା ବୋଲି ବୁଦ୍ଧିଆଙ୍କ ବାପା ନଟ ଜୁଆଙ୍ଗ କହିଛନ୍ତି। ସାମାଜିକ କର୍ମୀ ମନୋଜ କୁମାର ପଟେଲ, ବୁଦ୍ଧିଆଙ୍କୁ ପ୍ରଶାସନ ଏକ ବ୍ୟାଟେରି ଚାଳିତ ଟ୍ରାଇସାଇକେଲ ଯୋଗାଇଦେବାକୁ ନିବେଦନ କରିଛନ୍ତି।