ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

ପାପଡ଼ାହାଣ୍ଡି, ୨୧।୧(ସ୍ବପ୍ନଜିତ ପଟ୍ଟନାୟକ): ଭାଲୁ ଆକ୍ରମଣରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଲପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସମଦୁ ଅମନାତ୍ୟ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ ପାଲପୁର ଗ୍ରାମର ସମଦୁ ରାତ୍ରିରେ ଖାଇ ଗାଁ ପାଖ ଚାଷ ଜମିକୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ଗାଁ ନଦୀ ପାଖରେ ଥିବା ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବାକୁ ସମଦୁ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଉଦ୍ଧାର କରିଥିଲେ। ପରିବାର ସଦସ୍ୟ ୧୦୮ ଆମ୍ବୁଲାନ୍ସ ଯୋଗେ ସମଦୁଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସମଦୁଙ୍କ ମୃତ୍ୟୁ ଘଟିଛି।

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮।୧୦: ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

ଛୁଟି ପରେ ଖୋଲିଲା ସ୍କୁଲ: ହେଲେ ୫ଦିନ ହେଲା ଜାରିରହିଛି ଧାରଣା, ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେସିଙ୍ଗା,୧୮ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି(କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଯୋଗଦାନ କରାଇଦେବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri