ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଗାଁରେ ଉତ୍ତେଜନା

ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ ): କନ୍ଧମାଳ ଓ ଗଞ୍ଜାମ ସୀମାରେ ଥିବା ବାଇମାଲା ଗାଁରେ ବିଦ୍ୟୁତ୍‌ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରମେଶ ପ୍ରଧାନ(୬୨)। ଏନେଇ ତାଙ୍କ ସାନ ପୁଅ ଆଲେସ ପ୍ରଧାନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଗାଜଲବାଡି ପଞ୍ଚାୟତ ବାଇମାଲା ଗାଁଟି ଦାରିଙ୍ଗବାଡି ନିକଟରେ ରହିଛି। ଗାଁରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରମେଶଙ୍କ ବାଡି ପଟେ ଥିବା ଏକ ଅମୃତଭଣ୍ଡା ଗଛ ଭାଙ୍ଗି ପଡି ବିଦ୍ୟୁତ୍‌ ତାର ଉପରେ ପଡିଥିଲା। ଫଳରେ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ଏହି ସମୟରେ ରମେଶ କ’ଣ ଶବ୍ଦ ହେଲା ବୋଲି ବାଡି଼କୁ ଯାଇଥିଲେ। ସେତିକିବେଳେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ବିଦ୍ୟୁତ୍‌ ବିଭାଗ କର୍ମଚାଙ୍କୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରିବାକୁ ଫୋନ କରିଥିଲେ।

ହେଲେ କର୍ମଚାରୀ ଜଣକ ଟୋଲଫ୍ରି ନମ୍ବରକୁ ଫୋନ କରିବାକୁ କହିଥିଲେ। ଟୋଲଫ୍ରି ନମ୍ବରକୁ ଫୋନ କରିବାରୁ ନିକଟସ୍ଥ ବିଦ୍ୟୁତ ବିଭାଗକୁ ଫୋନ କରିବାକୁ କହିଥିଲେ। ହେଲେ କେହି ବିଦ୍ୟୁତ କାଟିବା ପାଇଁ ପଦକ୍ଷେପ ନେଇ ନ ଥିବ ରମେଶଙ୍କ ବଡ ପୁଅ ଅପନା ପ୍ରଧାନ ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକ କୌଶଳ କ୍ରମେ ରମେଶଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠି ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ରମେଶଙ୍କ ମୃତଦେହ ବ୍ୟବଛେଦ କରାଯିବ। ଏପରିକି ଘଟଣାର ତଦନ୍ତ କରାଯିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ପରିବାର ଲୋକ ଘଟଣାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ ଫୋନ ରିସିଭ କରି ତୁରନ୍ତ ରମେଶଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି ଏଥିସହ ସେ କହିଛନ୍ତି ଯେ ବିଭାଗର ଏକ ତଦନ୍ତକାରୀ ଟିମ୍‌ ପହଞ୍ଚି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Attack Response: ସେହି ଲାଲ ଫାଇଲ.. ଶାହା-ଜୟଶଙ୍କର ରାଷ୍ଟ୍ରପତିଙ୍କୁ ଭେଟି ଦେଲେ ପାକିସ୍ତାନ ଓ୍ବଂସର ପ୍ଲାନ?

ନୂଆଦିଲ୍ଲୀ,୨୪।୪: ସେହି ଲାଲ ଫାଇଲଟି ଶେଷରେ ରାଷ୍ଟ୍ରପତି ଭବନରେ ପହଞ୍ଚିଲା। ଗୁରୁବାର ସାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି...

ଭୁଲବଶତଃ ସୀମା ପାର କରିଗଲେ BSF ଯବାନ, ଅଟକ ରଖିଲେ ପାକିସ୍ତାନ ରେଞ୍ଜର୍ସ

ନୂଆଦିଲ୍ଲୀ,୨୪।୪: ପଞ୍ଜାବର ଫିରୋଜପୁର ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ବୁଧବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ଯବାନ ଡ୍ୟୁଟି ସମୟରେ...

ମୁଣ୍ଡରେ ଲଗାଇଲେ ବନ୍ଧୁକ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଉଦଳା,୨୪ା୪(ସନ୍ତୋଷ କୁମାର ବାଛିନି): ଆସିଲେ ବିଚ୍‌ ରାସ୍ତାରେ ବାଇକ୍‌ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ। ଆଉ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର।...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ...

୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି

ଥୁଆମୁଳ ରାମପୁର,୨୪।୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ସହ...

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image