ଶିକୁଳା ଦଣ୍ଡନାଚରେ ଅଘଟଣ: ବିଦ୍ୟୁତ ଆଘାତରେ ଚାଲିଗଲା ଦିବ୍ୟାଙ୍ଗଙ୍କ ଜୀବନ

ପୁରୁଷୋତ୍ତମପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶନିବାର ରାତିରେ ଦୁଇଟି ଦଳର ଦଣ୍ଡନାଚ ଚାଲିଥିଲା। ଏହାକୁ ଦେଖିବା ଲାଗି ଶହ ଶହ ସଂଖ୍ୟାରେ ଜନସାଧାରଣ ଜମା ହୋଇଥିବା ବେଳେ ବଡ଼ପୁଞ୍ଜା ଯାତ୍ରା ଦଳରେ ଶଟ୍‌ସର୍କିଟ୍‌ ହୋଇଯାଇଥିଲା। ମଞ୍ଚ ନିକଟରେ ବସି ଯାତ୍ରା ଦେଖୁଥିବା କିଛି ଦର୍ଶକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେଥି ମଧ୍ୟରୁ ଶିକୁଳା ନୂଆସାହିର ଦିବ୍ୟାଙ୍ଗ ଯୁବକ ବଳରାମ ଦାସ (୨୨) ଗୁରୁତର ହୋଇଥଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାର ଖବର ପାଇ ରବିବାର ପୁରୁଷୋତ୍ତମପୁର ଥାନା ଏସଆଇ ପ୍ରିୟଙ୍କା ସାହୁ କୋଦଳା ସ୍ବାସ୍ଥ୍ୟ କେକେନ୍ଦ୍ରକୁ ଯାଇ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା କେସ୍‌ ନଂ ୯/୨୩ ପ୍ରକାରେ ତଦନ୍ତ ଚଲାଇଛନ୍ତି।

Share