Advertisement

ନଦୀରେ ଗାଧୋଉଥିବାବେଳେ ଗୋଡ଼ ଖସି ଚାଲିଗଲା ଜୀବନ

ରାଇକିଆ, ୭।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୌଣସି କାରଣ ଖସି ଯାଇ ପାଣିରେ ପଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ କୌଣସି ଲୋକ ନ ଥିବାରୁ ତୁରନ୍ତ ତାଙ୍କୁ କେହି ବି ଉଧାର କରି ପାରି ନ ଥିଲେ। ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share