Categories: ଜାତୀୟ

ନାଟକରେ ଚାଲିଗଲା ଜୀବନ

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶର ହସନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଟକରେ ଅଭିନୟ କରୁଥିବା ସମୟରେ ଜଣେ ୬୨ବର୍ଷୀୟ କଳାକାରଙ୍କର ମୃତ୍ୟୁ ଘଟିଛି। ବିଞ୍ଜୋରର ଏକ ଷ୍ଟେଜରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ହୃଦଘାତରେ ରାଜେନ୍ଦ୍ର ସିଂ ନାମକ ଏକ କଳାକାରଙ୍କର ଦେହାନ୍ତ ହୋଇଛି। ଏହି ବ୍ୟକ୍ତି ଜଣକ ଗୁରୁବାର ରାତିରେ ନାଟକରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟରେ ଖୁସି ହୋଇ ଦର୍ଶକ ତାଳି ମାରିବାକୁ ଲାଗିଥିଲେ। କିନ୍ତୁ ସେତେବେଳେକୁ ତାଙ୍କର ଦେହାନ୍ତ ହୋଇସାରିଥିଲା। ଏହା ଜାଣିବା ପରେ ନାଟକକୁ ବନ୍ଦ କରାଯାଇଥିଲା। କଳାକାର ଜଣକ ଦୁଇ ଦଶନ୍ଧି ଧରି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ।

Share