ଦୁଆର ମୁହଁରେ ଚାଲିଗଲା ଜୀବନ

ଗୋଳାମୁଣ୍ଡା,୩୧।୫: କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଥାନା ଅଧୀନ ସିନାମାଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଙ୍କଜ ନାଗଙ୍କ ସାନ ପୁଅ ନରେନ୍ଦ୍ର ନାଗ।

ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ଖାଇ ସାରି ହାତ ଧୋଇବାକୁ ଘରୁ ଦୁଆର ମୁହଁକୁ ବାହାରିବା ସମୟରେ ହଠାତ୍‌ ବଜ୍ରପାତ ଘଟିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକେ ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ପ୍ରକାଶ କରିଛନ୍ତି। ୧୦ ବର୍ଷର ପୁଅଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Share