Posted inଫୁରସତ

ଜୀବନ ସାରା କେଶ କାଟିବା ମନା

ନିଜ କେଶକୁ ନାନା ପ୍ରକାରରେ ସଜାଇବା, ଇଛା ମୁତାବକ କାଟି ଭିନ୍ନ ଭିନ୍ନ ରୂପ ଦେବାକୁ ସବୁ ନାରୀ ଭଲ ପାଆନ୍ତି। ହେଲେ ଏମିତି ଏକ ସମୁଦାୟ ଅଛି ଯେଉଁଠିକାର ଧାର୍ମିକ ନୀତି ନିୟମ ଏତେ କଠୋର ଯେ, ଆଜିକା ଯୁଗରେ ବି ନାରୀଙ୍କୁ ଆଜୀବନ କେଶ କାଟିବା ସହ ଶରୀରର ଚୁଟି ଶେଭିଂ କରିବା ମନା। ଏହି ସମୁଦାୟ ହେଉଛନ୍ତି ଏନାବାପ୍ଟିଜିମ୍‌ ଖ୍ରୀଷ୍ଟିୟାନ ଚର୍ଚ୍ଚ ସହ ଜଡ଼ିତ ଅମିଶ୍‌ ସମ୍ପ୍ରଦାୟ। ସମୟ ବଦଳିଛି ହେଲେ ଏଠାକାର ନିୟମ ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି। ଏଠାକାର ମହିଳାମାନେ ବିବ୍‌ଲିକଲ୍‌ ନିୟମ ପାଳନ କରନ୍ତି। ଯେଉଁ ନିୟମାନୁସାରେ ସେମାନେ କେବେ ବି କେଶ କାଟି ପାରିବେ ନାହିଁ। ତାସହ ସବୁବେଳେ ଖୋସା କରି ରହିବେ ଓ ଖୋସା ଉପରେ କପଡା ଘୋଡାଇ ରଖିବେ। ଏହି ସମ୍ପ୍ରଦାୟର ମହିଳାଙ୍କୁ କେବଳ ଘରେ କେଶ ଖୋଲିବାର ଅନୁମତି ଥାଏ। ଏଠାକାର ନିୟମାନୁସାରେ ମହିଳାଙ୍କୁ ଶରୀରର କେଶ ଶେଭିଂ କରିବା ବି ମନା। ସେଥିପାଇଁ ମହିଳାମାନେ ଲଙ୍ଗ ସ୍ଲିଭ୍‌ ସହ ପାଦ ପର୍ଯ୍ୟନ୍ତ ଲମ୍ବା ଡ୍ରେସ୍‌ ପିନ୍ଧନ୍ତି। ସେହି ଡ୍ରେସ୍‌ ପ୍ଲେନ୍‌ ଫ୍ୟାବ୍ରିକ୍‌ର ହେବା ମଧ୍ୟ ଜରୁରୀ। ସେଥିରେ କୌଣସି ପ୍ୟାଟର୍ନ ରହିବ ନାହିଁ। ପ୍ରାୟତଃ ଲାଭେଣ୍ଡର ଓ ବ୍ଲୁ ରଙ୍ଗର କେପ୍‌ ଡ୍ରେସ୍‌ ସେମାନେ ପିନ୍ଧନ୍ତି। ତେଣୁ ସବୁ ମହିଳାଙ୍କର ପୋଷାକ ଏକାପରି ହୋଇଥାଏ। ଆଉ ପାଦରେ ଗାଢ ରଙ୍ଗର ମୋଜା ପିନ୍ଧନ୍ତି। ତେବେ ସମୟ ବଦଳିବା ସହ ଏହିସବୁ କଠୋର ନିୟମରେ କିଛିଟା ପରିବର୍ତ୍ତନ ଆସିଛି। ଆଜିକାଲି ଏଠାକାର ମହିଳା ଚାହିଁଲେ ଶରୀରର କେଶ ଶେଭ୍‌ କରିପାରିବେ। ଆଉ ଯେଉଁମାନଙ୍କ ମୁଣ୍ଡର କେଶ ବହୁତ ମୋଟା ସେମାନେ ହେୟାର ଥିନିଂ ପାନିଆ ବ୍ୟବହାର କରିପାରିବେ ଯେମିତିକି ସେମାନଙ୍କ ଖୋସା ଟିକେ ହାଲ୍‌କା ହେବ। ତେବେ ଆଜିବି ଏହି ସମ୍ପ୍ରଦାୟର ମହିଳା କେବଳ ଘର କାମ ଓ ପିଲାଙ୍କ ଯତ୍ନ ନେବାରେ ନିୟୋଜିତ ହୁଅନ୍ତି। ଆମେରିକା, କାନାଡାରେ ଏହି ସମ୍ପ୍ରଦାୟ ବେଶି ଦେଖିବାକୁ ମିଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri