ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ

ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ। କୌଣସି କାରଣ ବଶତଃ ବିଦ୍ୟୁତ ତାର ଛିଡି ତଳେ ପଡିଥିବା ବେଳେ ସେହି ସ୍ଥାନକୁ ଗାଈଗୁଡାକ ଚରିବାକୁ ଯାଇଥିଲେ। ସେତିକି ବେଳେ
ବିଦ୍ୟୁତ୍‌ ତାର ସଂସ୍ପର୍ଶ ଆସି ଯନ୍ତ୍ରଣାରେ ଚଟପଟ ହେଉଥିବା ଦେଖି ଚରାଳିମାନେ ପାଖକୁ ଯାଇଥିଲେ। ଏଥିରେ ଗୋଟେ ଗାଈ ଓ ବଳଦର ମୃ୍‌ତ୍ୟୁ ଘଟିଛି। ଏହି ଖବରପାଇ ଗ୍ରାମର ସମସ୍ତ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅବଗତ କରାଇ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଥିଲେ।

Share