‘ଜୀବନର ସବୁଠୁ ଭଲ ଖବର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନଭେମ୍ବର ୬ ଅର୍ଥାତ୍‌ ରବିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଆଲିଆ-ରଣବୀରଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଜି ସକାଳେ ଆଲିଆଙ୍କୁ ମୁମ୍ବାଇର ଏଚ୍‌.ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇର ଗୁରୁଗାଓଁ ଅଞ୍ଚଳରେ ଥିବା ଏହି ଡାକ୍ତରଖାନାରେ କପୁର ପରିବାରକୁ ନୂଆ ସଦସ୍ୟ ଆସିଛନ୍ତି।

ସୋସିଆଲ ମିଡିଆରେ ଆଲିଆ ଶିଶୁକନ୍ୟା ଜନ୍ମ ହେବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଆଲିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆମ ଜୀବନର ସର୍ବୋତ୍ତମ ଖବର ଆସିଛି। ଆମ ବେବି ଏହି ଦୁନିଆକୁ ଆସିଛି ଏବଂ ସେ ଜଣେ ଆଶ୍ଚର୍ଯ୍ୟଜନକ ଝିଅ। ଏହି ସୁଖ ପ୍ରକାଶ କରିବା କଷ୍ଟକର। ଆମେ ଦୁଇଜଣ ବହୁତ ଭାଗ୍ୟବାନ।

ସେହିପରି ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର ସୋସିଆଲ ମିଡିଆରେ ଆଲିଆ-ରଣବୀରଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘ଆଜି ମୁଁ ସବୁଠାରୁ ଖୁସି। ସବୁଠାରୁ ସୁନ୍ଦର ଶିଶୁକନ୍ୟାର ସବୁଠାରୁ ଗର୍ବିତ ମାତାପିତା। ତୁମ ପିଉସୀ ତୁମକୁ ବହୁତ ଭଲ ପାଏ ବୋଲି ଶିଶୁକନ୍ୟା ଉଦ୍ଦେଶ୍ୟରେ ଲେଖିଛନ୍ତି।

Share