Categories: ବାଣିଜ୍ୟ

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଲାଇଫ୍‌ ଷ୍ଟାଇଲର ଫେଷ୍ଟିଭ୍‌ କଲେକ୍ସନରେ ପାରମ୍ପରିକ ଏବଂ ଫ୍ୟୁଜନ୍‌ ସ୍ବଦେଶୀ ପରିଧାନର କାଳାତୀତ ଆକର୍ଷଣରୁ ଆରମ୍ଭ କରି ସମସାମୟିକ ପାଶ୍ଚାତ୍ୟ ଶୈଳୀର ଚମକପ୍ରଦ ଗ୍ଲାମର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କିଛି ନା କିଛି ସାମିଲ ରହିଛି। ଏହିସବୁ କଲେକ୍ସନରେ ଲାଳିତ୍ୟ ଓ ଆଭିଜାତ୍ୟର ଚମତ୍କାର ମିଶ୍ରଣ ସାମିଲ ରହିଛି। ବିଶେଷକରି ମହିଳାମାନଙ୍କ ଫେଷ୍ଟିଭ୍‌ କଲେକ୍ସନରେ ଜଟିଳ ପାଟର୍ନ ଏବଂ ଅସଲୀ ରଙ୍ଗରେ ସୁସଜ୍ଜିତ ବିଭିନ୍ନ ପ୍ରକାରର ଚମତ୍କାର ସ୍ବଦେଶୀ ପରିଧାନର ଅନେକ ବିକଳ୍ପ ସାମିଲ ରହିଛି, ପୁରୁଷଙ୍କ ପୋଷାକ କଲେକ୍ସନରେ କ୍ଲାସିକ୍‌ ପରମ୍ପରା ଏବଂ ଆଧୁନିକତାର ସ୍ପର୍ଶ ସହିତ ରହିଥିବା କୁର୍ତା ଏବଂ ଜ୍ୟାକେଟର ଏକ ସୁନ୍ଦର ରେଞ୍ଜ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲର ଏଭିପି ଏବଂ ହେଡ୍‌ ଅଫ୍‌ ମାର୍କେଟିଂ ସୁଶ୍ରୀ ରୋହିଣୀ ହାଲାଦିଆ କହିଛନ୍ତି, ଆମେ ଆମର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ କଲେକ୍ସନର ଅନାବରଣ କରି ବେଶ୍‌ ଉତ୍ସାହିତ ଅଛୁ। ଏହି କଲେକ୍ସନରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି, ଷ୍ଟୋର୍‌ ଏବଂ ଅନ୍‌ଲାଇନ ଉଭୟ ସ୍ଥାନରେ ଏହାକୁ ଦେଖିବା ଲାଗି ଆମ ଗ୍ରାହକମାନଙ୍କୁ ଆମେ ଆମନ୍ତ୍ରଣ କରୁଛୁ। ଏପରିକି ସେମାନେ ନିଜ ପାଇଁ ଏପରି ଏକ ପରିଧାନ ବାଛି ପାରିବେ, ଯାହା ସେମାନଙ୍କ ପାର୍ବଣର ଆନନ୍ଦକୁ ଆହୁରି ସ୍ବତନ୍ତ୍ର କରି ଦେବ।
ସେହିଭଳି ଚଳିତ ପାର୍ବଣ ଋତୁରେ ଗ୍ରାହକମାନେ ଆକର୍ଷଣୀୟ ଅଫର ମଧ୍ୟ ଉପଭୋଗ କରିପାରିବେ। ଏପରିକି ୫୦୦୦ଟଙ୍କାରେ କିଣାକିଣି କଲେ ୧୦୦୦ ଟଙ୍କାର ଆକର୍ଷଣୀୟ ଭାଉଚର ଓ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ସହ ୧୦% ତୁରନ୍ତ ରିହାତି ଯୋଗାଇ ଦିଆଯାଉଛି।

Share