ଗର୍ଭରେ କ’ଣ କରିଥାନ୍ତି ଶିଶୁ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜନ୍ମ ହେବା ପୂର୍ବରୁ ଶିଶୁ ମା’ ଗର୍ଭରୁ ବହୁତ କିଛି ସିଖିଥାଏ। ଏହି ସମୟରେ ମା’ ଯେମିତି ଶିଶୁକୁ ଜନ୍ମ ଦେବାକୁ ଚାହିଁ ବସିଥାଏ ଶିଶୁ ମଧ୍ୟ ବାହାରକୁ ଆସିବାରେ ଚାହିଁ ବସିଥାଏ। ଖାଲି ସେତିକି ନୁହେଁ ଶିଶୁଟି ଗର୍ଭରୁ ବାହାରକୁ ଆସିବା ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିଥାଏ। ଏହା ବ୍ୟତୀତ ଶିଶୁ ଗର୍ଭରେ ରହିବା ସମୟରେ ଆହୁରି ଅନେକ କାମ କରିଥାଏ।
ଜାଣିବା ସେ ବିଷୟରେ …
– ଯେତେବେଳେ ମା’ ଛିଙ୍କିଥାଏ, ସେତେବେଳେ ଗର୍ଭସ୍ଥ ଶିଶୁ ମଧ୍ୟ ଡରିଯାଏ। କୁକୁର ଭୁକିବା, ବା କୌଣସି ଶବ୍ଦ ହେଲେ ଶିଶୁ ଡରିଯାଏ। ମାତ୍ର ଏହା ମା’ ଜାଣିପାରି ନ ଥାଏ।
– ଇଂଲଣ୍ଡର ଦୁରହାମ ଏବଂ ଲେଙ୍କଷ୍ଟର ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ମା’ ଯେତେବେଳେ କିଛି ଚିନ୍ତା କରୁଥାଏ ସେତେବେଳେ ଶିଶୁ ତା’ର ବାମ ହାତକୁ ମୁହଁ ଉପରେ ରଖିଥାଏ। ଏହାର ଅର୍ଥ ମା’ର ଭାବନା ଶିଶୁର ଗତିବିଧି ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଖୁସିରେ ରହିବାକୁ କୁହାଯାଏ।
-୨୪ ସପ୍ତାହ ବେଳକୁ ଶିଶୁ ଗର୍ଭରେ ଫେସିଆଲ୍‌ ଏକ୍ସପ୍ରେଶନ ଶିଖିଥାଏ। ଯେପରିକି ହସିବା ପାଇଁ ଓଠକୁ ଟାଣିବା ଆଦି। ୩୬ ସପ୍ତାହ ବେଳକୁ ସେ ଅଧିକ କିଛି ଶିଖିଯାଇଥାଏ।
-ଏକ ଗବେଷଣାରେ ଅଲଟ୍ରାସାଉଣ୍ଡ ଭିଡିଓ ରେକର୍ଡ କରାଯାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ, ତୃତୀୟ ମାସରେ ଗର୍ଭରେ ଶିଶୁ ଶବ୍ଦ ଶୁଣିଲେ ଡରିଯାଇଥାଏ। ଏଥିସହ ପାଟି ଖୋଲିବା, ଜିଭ ଟାଣିବା, ଗ୍ୟାସ୍‌ ଆଦି କରିଥାଏ।
– ଗର୍ଭlରେ ଥିବାବେଳେ କିଛି ଶିଶୁ ଆଙ୍ଗୁଠି ପାଟିରେ ପୁରାଇବା ଆରମ୍ଭ କରିଦେଇଥାନ୍ତି। ଜନ୍ମହେବା ପରେ ମଧ୍ୟ ଏହି ଅଭ୍ୟାସ ପିଲାମାନଙ୍କଠାରେ ଦେଖିବାକୁ ମିଳିଥାଏ।
-ଗର୍ଭରେ ଶିଶୁମାନେ ହାଇ ମଧ୍ୟ ମାରିଥାନ୍ତି।
-ଗର୍ଭଧାରଣର ଶେଷ ମାସରେ ଅର୍ଥାତ୍‌ ୯ ମାସରେ ଶିଶୁ ଜୋର୍‌ରେ ଆଖି ଡୋଳା ବୁଲାଇଥାଏ। ସ୍ବପ୍ନ ମଧ୍ୟ ଦେଖିଥାଏ। ତେବେ ସେମାନେ କ’ଣ ସ୍ପପ୍ନରେ ଦେଖିଥାନ୍ତି, ତାହା ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି।

Share