Categories: ବାଣିଜ୍ୟ

ଲାଇଫ ଷ୍ଟାଇଲ୍‌ର ପୂଜା ସମ୍ଭାର

ଭୁବନେଶ୍ୱର,୪।୧୦: ଲାଇଫ୍‌ଷ୍ଟାଇଲ୍‌ର ବହୁ ପ୍ରତୀକ୍ଷିତ ‘ପୂଜା ସମ୍ଭାର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଲାଇଫ ଷ୍ଟାଇଲ୍‌ ପୂଜା ସମ୍ଭାରରେ ଆକର୍ଷଣୀୟ ପୋଷାକ ପ୍ରଦାନ କରୁଛି, ଯାହା ଉତ୍ସବର ସମୃଦ୍ଧ ପରମ୍ପରାକୁ ଗ୍ରହଣ କରିବାର ଆବଶ୍ୟକତା ପୂରଣ କରିବ। ଆଧୁନିକ ସିଲ୍‌ହୋଟ୍‌ରେ ସୂକ୍ଷ୍ମ ଭାବେ ପ୍ରସ୍ତୁତ କୁର୍ତାଠାରୁ ସମସାମୟିକ ଫ୍ୟୁଜନ ପର୍ଯ୍ୟନ୍ତ ସବୁ କିଛି ଉକ୍ତ ସମ୍ଭାରରେ ସାମିଲ ରହିଛି। ଏ ସମ୍ପର୍କରେ ଲାଇଫ୍‌ଷ୍ଟାଇଲ୍‌ର ସହକାରୀ ଉପାଧ୍ୟକ୍ଷ ଓ ମାର୍କେଟିଂ ମୁଖ୍ୟ ରୋହିଣୀ ହଲଦିଆ କହିଛନ୍ତି, ବିଶିଷ୍ଟ ଫ୍ୟାଶନ ଆଇକନ ମିମି ଚକ୍ରବର୍ତ୍ତୀଙ୍କ ସହଯୋଗିତାରେ ଆମେ ଆମର ପୂଜା ସମ୍ଭାରକୁ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସଦ୍ୟତମ ଉତ୍ସବ ସମ୍ଭାରରେ ପୂଜାର ଜୀବନ୍ତ ଭାବ ପ୍ରତିଫଳିତ ହୋଇଛି, ତା’ର ଜୀବନ୍ତ ରଙ୍ଗ ଓ ସମସାମୟିକ ଡିଜାଇନ ଫ୍ୟାଶନପ୍ରେମୀଙ୍କୁ ସେମାନଙ୍କ ଷ୍ଟାଇଲ୍‌ ବଢ଼ାଇବାକୁ ଅନୁପ୍ରାଣିତ କରୁଛି। ଆମର ଷ୍ଟୋର ଓ ଅନ୍‌ଲାଇନରେ ପୂଜା ସମ୍ଭାରକୁ ହାସଲ କରିବା ଲାଗି ଆମର ସମସ୍ତ ମୂଲ୍ୟବାନ୍‌ ଗ୍ରାହକଙ୍କୁ ଆମେ ହାର୍ଦ୍ଦିକ ଆମନ୍ତ୍ରଣ କରୁଛୁ। ସେହିଭଳି ମିମି ଚକ୍ରବର୍ତ୍ତୀ କହିଛନ୍ତି, ଲାଇଫ୍‌ଷ୍ଟାଇଲ୍‌ ସହିତ ସହଯୋଗିତା ସର୍ବଦା ଏକ ଉଲ୍ଲାସପୂର୍ଣ୍ଣ ଅନୁଭବ ରହିଛି। ଏହି ସହଯୋଗିତା ଷ୍ଟାଇଲ୍‌ର ପରିସୀମାକୁ ବ୍ୟାପକ କରିଛି। ଅପରପକ୍ଷରେ ଗ୍ରାହକମାନେ ୫୦୦୦ ଟଙ୍କାର ଶପିଙ୍ଗ୍‌ କଲେ ମାତ୍ର ୧୧୫୯ ଟଙ୍କାରେ ବୋଟ୍‌ର ବ୍ଲୁ ଟୁଥ୍‌ ସ୍ପିକର ପାଇପାରିବେ। ସେହିପରି ଯେଉଁମାନେ ୧୦,୦୦୦ଟଙ୍କାର ଶପିଙ୍ଗ୍‌ କରିବେ ସେମାନେ ମାତ୍ର ୨୧୦୦ଟଙ୍କାରେ ବୋରୋସିଲ୍‌ (୨୭ଖଣ୍ଡ ବୋରୋସିଲ୍‌) ଡିନର୍‌ ସେଟ୍‌ ପାଇପାରିବେ। ଅପରପକ୍ଷରେ ଆଇସିଆଇସିଆଇ କ୍ରେଡିଟ୍‌ କାର୍ଡରେ ୭୫୦୦ଟଙ୍କାରୁ ଅଧିକ ଶପିଙ୍ଗ୍‌ କଲେ ୧୦% ରିହାତି ଏବଂ ପେଟିଏମ୍‌କୁ ବ୍ୟବହାର କରି ୨,୯୯୯ ଟଙ୍କାର ଶପିଙ୍ଗ୍‌ କଲେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ ବ୍ୟାକ୍‌ ମିଳିବ ବୋଲି କୁହାଯାଇଛି।

Share