Categories: ବାଣିଜ୍ୟ

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର ଉପରେ ଆକର୍ଷଣୀୟ ରିହାତି ଦିଆଯାଉଛି। ଫ୍ୟାଶନ ବ୍ରାଣ୍ଡ ସାମଗ୍ରୀ ଉପରେ ବର୍ତ୍ତମାନ ୫୦%ର ରିହାତି ଉପଲବ୍ଧ ହେଉଛି।
ସେହିଭଳି ଲାଇଫ୍‌ ଷ୍ଟାଇଲର ସ୍ବତନ୍ତ୍ର ବିକ୍ରୟ ଗ୍ରାହକଙ୍କୁ ବୋଲ୍‌ଡ ଫ୍ୟାଶନ ପସନ୍ଦ କରିବାକୁ ଓ ଅନନ୍ୟ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେଇଥାଏ। ଏପରିକି ଏହାକୁ ଜୀବନ୍ତ କରିବା ଲାଗି ଜୀବନଶୈଳୀ ଅଭିଯାନ ଆରମ୍ଭ କରିଛି, ଯାହା ଟିଭି, ଡିଜିଟାଲ ଓ ପ୍ରିଣ୍ଟ ମିଡିଆର ବିସ୍ତାର ଜରିଆରେ ପ୍ରସାରିତ ହେଉଛି। ଏହା ଫ୍ୟାଶନ ୱାଲ୍‌ଡ ଷ୍ଟାଇଲ-ଶପିଂ ୟାର୍କ-ଏକ ଫ୍ୟାଶନ ଫରୱାର୍ଡ ଟ୍ବିଷ୍ଟ ସହିତ ପୁନଃ ଚିତ୍ରଣ କରିଥାଏ ଏବଂ ଗ୍ରାହକଙ୍କୁ ସେମାନଙ୍କ ଉପଯୋଗୀ ସାମଗ୍ରୀ କିଣିବାକୁ ପ୍ରେରିତ କରିଥାଏ। ଏହି ବିକ୍ରୟ ଫ୍ୟାଶନ ଉତ୍ସାହୀମାନଙ୍କୁ ସେମାନଙ୍କୁ ସବୁଠାରୁ ଷ୍ଟାଇଲିଶ ଓ ବିଭିନ୍ନ ପ୍ରକାର ସଂଗ୍ରହରୁ କଲେକ୍ସନ ହୋଇଥିବା ସାମଗ୍ରୀ ସହିତ ସତେଜ କରିବାର ଅନୁଭବ ପ୍ରଦାନ କରିଥାଏ। ଯାହା ପାର୍ଟିଠାରୁ କାଜୁଆଲ ଓ ଫ୍ୟୁଜନ ଲୁକ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ଉତ୍ସବକୁ ଆକର୍ଷିତ କରିବ। ଏହି ମାସରେ ପାର୍ଟି କଲେକ୍ସନ ଉତ୍ସବର ଚମତ୍କାର ଲାଗି ବୋଲ୍‌ଡ, ଷ୍ଟାଇଲିଶ ଓ ବିଶେଷ ବିକଳ୍ପ ସହିତ ଉପଲବ୍ଧ। ଗ୍ଲାମ ଏଡିଟ ଚମକଦାର, ଜେଟ୍‌ ବ୍ଲାକ୍‌, ଚାମ୍ପେନ ଏବଂ ବରଗଡ଼ର ସୁସଜ୍ଜିତ ବସ୍ତ୍ର ସହିତ ଉଜ୍ଜ୍ୱଳ, ଚମତ୍କାର ପୋଷାକ, ଟପ୍‌ ଓ ଚିକ୍‌ ମନୋକ୍ରୋମ ଶୈଳୀ ପ୍ରଦାନ କରିଥାଏ। ପୁରୁଷମାନଙ୍କ ଲାଗି ଜ୍ୟାକେଟ, ଟିସ, ଟ୍ରେଣ୍ଡି ଡେନିମ, କାର୍ଗୋ, ପାର୍ଟି ବ୍ଲେଜର ଏବଂ ପ୍ରିଣ୍ଟ ସାର୍ଟ ପରିଧାନ ରହିଛି।

Share