ମନମୋହନ ସିଂଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ

ଲଣ୍ଡନ,୧।୨(ପି.ଟି.): ଅର୍ଥନୀତି ଏବଂ ରାଜନୀତି ପ୍ରତି ଅବଦାନ ଲାଗି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ଲଣ୍ଡନରେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ସପ୍ତାହରେ ଏକ ପୁରସ୍କାର ଉତ୍ସବରେ ଏହି ସମ୍ମାନ ଘୋଷଣା କରାଯାଇଥିଲା। ବ୍ରିଟେନର ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ୍‌ ଆଣ୍ଡ ଆଲୁମ୍‌ନି ୟୁନିୟନ (ଏନ୍‌ଆଇଏସ୍‌ଏୟୁ) ନୂଆଦିଲ୍ଲୀରେ ମନମୋହନଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ମନମୋହନଙ୍କ ସଫଳତାକୁ ସ୍ବୀକୃତି ବୋଲି କୁହାଯାଇଛି।

Share