Categories: ଜାତୀୟ

ଜୀବନ ନେଲା ଶେଷ ପରୀକ୍ଷା,ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ମୃତ୍ୟୁ…

ଜୟପୁର,୨୫।୯: ଆର୍‌ଇଇଟି ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ସମତେ ୬ ମୃତ୍ୟୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ରାଜସ୍ଥାନର ଚାକସୁରସ୍ଥିତ ନିମୋଡ଼ିଆ ରୋଡ଼ରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରମାନଙ୍କ ଜୀବନର ଏହା ଶେଷ ପରୀକ୍ଷା ପାଲଟିଛି। ଶନିବାର ଭୋର୍‌ ୫ଟା ସମୟରେ ଛାତ୍ରଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଏକ ଟ୍ରଲର ପଛରେ ପଶିଯାଇଥିଲା।

ଏନ୍‌ଏଚ୍‌-୧୨ରେ ହଠାତ୍‌ ଛାତ୍ରଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଆଗରେ ଯାଉଥିବା ଟ୍ରଲରରେ ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ଛାତ୍ରମାନେ ନିଦରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଯୋଗୁ ସେମାନେ ସବୁ ଦିନ ଲାଗି ଶୋଇପଡ଼ିଥିଲେ। ଭ୍ୟାନ୍‌ରେ ୧୦ ଜଣ ଯାତ୍ରା କରୁଥିଲେ। ମୃତକମାନେ ବାରାଂ ଜିଲାର ବାସିନ୍ଦା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ନିଦରେ ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଆହତଙ୍କୁ ମହାତ୍ମାଗାନ୍ଧୀ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବିଷ୍ଣୁ ନାଗ, ତେଜରାମ, ସତ୍ୟନାରାୟଣ, ବେଦ ପ୍ରକାଶ, ସୁରେଶ ଏବଂ ଭ୍ୟାନ୍‌ ଚାଳକ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଛି। ସେହିପରି ନରେନ୍ଦ୍ର, ଅନୀଲ, ଭଗବାନ, ହେମରାଜ ଏବଂ ଜେ।ରାଓ୍ବର ଆହତ ହୋଇଛନ୍ତି।

Share