ରିଲିଜ୍‌ ପୂର୍ବରୁ ବିକ୍ରି ହେଲା ୯୦ ପ୍ରତିଶତ ଟିକେଟ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ‘ଲିଗର’ଆସନ୍ତା ୨୫ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ତେଲୁଗୁ ଏବଂ ହିନ୍ଦୀରେ ଏକକାଳୀନ ଫିଲ୍ମଟି ରିଲିଜ୍‌ ହେବ। ପୂର୍ବରୁ ଏହାର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ହେଲେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ମାଧ୍ୟମରେ ତେଲୁଗୁରେ ୧.୭୦ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସେହିପରି ହାଇଦ୍ରାବାଦରେ ୧୫ ପ୍ରତିଶତ ସିନେମା ହଲ୍‌ ହାଉସ୍‌ ଫୁଲ୍‌ ରହିଛି। ତେବେ ଏ ପର୍ଯ୍ୟନ୍ତ ୯୦ ହଜାର ଟିକେଟ୍‌ ବିକ୍ରି ହୋଇସାରିଥିବା ଜଣାପଡିଛି। କୁହାଯାଉଛି କି, ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିପାରେ।

Share