ବକ୍ସ ଅଫିସ୍‌ରେ ‘ଲାଇଗର’ ସୁପର୍‌ ଫ୍ଲପ୍‌: ନିର୍ମାତାଙ୍କୁ ଟଙ୍କା ଫେରାଇବେ ବିଜୟ

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘ଲାଇଗର’ ଫିଲ୍ମ ଫ୍ଲପ୍‌ ହେବା ପରେ ଏହାର ନିର୍ମାତା ଏବଂ କଳାକାରମାନେ ନିରାଶ ହୋଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା କ୍ଷତିପୂରଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ୬ କୋଟି ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୫ରେ ‘ଲାଇଗର’ ରିଲିଜ ହେବା ପରେ ଏହା ଭଲ ବ୍ୟବସାୟ କରିବ ବୋଲି ବିଜୟ ଦୃଢ଼ୋକ୍ତି ବାଢ଼ିଥିଲେ। ଏପରିକି ‘ବଏକଟ୍‌ ବଲିଉଡ୍‌’ ଟ୍ରେଣ୍ଡ୍‌କୁ ମଧ୍ୟ ସେ ଚ୍ୟାଲେଞ୍ଜ ଦେଇଥିଲେ। ଫିଲ୍ମରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଗିଥିଲା ବୋଲି ଜଣାପଡ଼ିଥିବାବେଳେ ମୁକ୍ତିଲାଭ ପରେ ଏହାର ଅଧା ଅର୍ଥ ବି ଆୟ କରିପାରିନାହିଁ।
ନିର୍ଦ୍ଦେଶକ ଜଗନ୍ନାଥ ପୁରୀ ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ‘ଲାଇଗର’ ଜରିଆରେ ବିଜୟ ଦେବରକୋଣ୍ଡା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ରହିଛନ୍ତି। ବିଜୟଙ୍କୁ ପରବର୍ତ୍ତୀ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘କୁଶୀ’ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ବିପକ୍ଷରେ ସାମନ୍ଥା ଅଭିନୟ କରିଛନ୍ତି। ଶିବ ନିର୍ବାଣଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।

Share