ଦୀପ ଜଳାନ୍ତୁ

ବିଭିନ୍ନ ପର୍ବପର୍ବାଣି, ବିଶେଷ କରି ଦୀପାବଳି ପାଳନ ଅବସରରେ ଆମେ ବାଣ ଫୁଟାଇଥାଉ, ଯାହାକି ଅତ୍ୟନ୍ତ ବାୟୁ ପ୍ରଦୂଷଣକାରୀ ବୋଲି ପ୍ରମାଣିତ ହେବାରୁ ବିଗତ ବର୍ଷଠାରୁ ଏହା ବଦଳରେ ତଥାକଥିତ ସବୁଜବାଣ ବ୍ୟବହାର କରାଯାଉଛି। କୁହାଯାଉଛିି ଯେ, ଏହା ୩୦% କମ୍‌ ପ୍ରଦୂଷଣକାରୀ । ଏଣୁ ଏହାକୁ ବ୍ୟବହାର କରିବାକୁ ଆମ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ଅନୁମତି ମିଳିଛି। ତେବେ ଏହା ଗ୍ରହଣୀୟ ନୁହେଁ। ସାଧାରଣ ବାଣ ଫୁଟିଲା ବେଳେ ବିବିଧ ସହରାଞ୍ଚଳର ବାୟୁ ଅତ୍ୟଧିକ ପ୍ରଦୂଷିତ ହୋଇଥାଏ। ଏଥିରୁ କିଛିଟା କମ୍‌ ହେବା ମଧ୍ୟ ସହନୀୟ ନୁହେଁ।
ବାଣରେ ଗନ୍ଧକ, ପୋଟାସିୟମ, ନାଇଟ୍ରେଟ୍‌, ବେରିୟମ ନାଇଟ୍ରେଟ୍‌ ଆଦିକୁ ମୂଳ ଉପାଦାନ ଏବଂ କେତେକ ବିଷାକ୍ତ ଧାତୁକୁ ତାହା ରଙ୍ଗିନ କରିବା ଲାଗି ବ୍ୟବହାର କରାଯାଏ। ସବୁଜବାଣରେ ଏଥିରୁ ଅନେକକୁ ବାଦ୍‌ ଦିଆଯାଉଥିବା କୁହାଯାଉଛି। ତେବେ ତହିଁରେ ଏହି ମୂଳ ଉପାଦନଗୁଡ଼ିକ କମ୍‌ ମାତ୍ରାରେ ହେଲେ ହେଁ ତ ନିଶ୍ଚୟ ଥିବ। ସେଥିରୁ ବାହାରୁଥିବା ବାଷ୍ପଗୁଡ଼ିକ ନିଶ୍ଚିତ ରୂପେ ଦୂଷିତକାରୀ ଏବଂ କ୍ଷତିକାରକ ।
କୁହାଯାଉଛି ଯେ, ସବୁଜବାଣରୁ ଜଳୀୟବାଷ୍ପ ନିର୍ଗମନର ବ୍ୟବସ୍ଥା ରହିଛି। ଏହା ନିର୍ଗତ ଧୂଳିକଣାକୁ ବାୟୁ ମଧ୍ୟକୁ ତଳକୁ ଖସାଇ ଆଣେ। ଏହା ଯଦି ସତ୍ୟ, ତେବେ ବିଗତ ବର୍ଷ ସବୁଜବାଣ ବ୍ୟବହୃତ ହୋଇଥିବା ଦିଲ୍ଲୀ ସମେତ ସହରାଞ୍ଚଳରେ ଦୀପାବଳି ପରେ ବାୟୁରେ ଭାସମାନ କଣିକା ଅତ୍ୟଧିକ ବଢ଼ିଯାଇଥିଲା କାହିଁକି ?
କୁହାଯାଉଛି ଯେ, ସାଧାରଣ ଫୋଟକାରୁ ୧୬୦ ଡେସିବେଲ ଧ୍ୱନି ପଯର୍‌ୟନ୍ତ ନିର୍ଗତ ହେଲାବେଳେ ସବୁଜବାଣରୁ ଏହା ୧୩୦ ମଧ୍ୟରେ ସୀମିତ ରହିବ। ତେବେ ଏହା ମଧ୍ୟ ଆମ ସାଧାରଣ ନିରାପଦ ସୀମା(୬୦ ଡେସିବେଲ)ଠାରୁ ଯଥେଷ୍ଟ ଅଧିକ। ଏପରିସ୍ଥଳେ ପରିବେଶ ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସବୁଜବାଣ ମଧ୍ୟ ବର୍ଜନୀୟ। ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି କେତେକ ସ୍ଥାନରେ ତାହା କରାଯାଇଛି।
ଯେଉଁମାନେ ବାଣ ଫୁଟାଇବାକୁ ଆମ ପରମ୍ପରା ବୋଲି କହୁଛନ୍ତି, ସେମାନଙ୍କୁ ଗୋଟିଏ ପ୍ରଶ୍ନ-ଦୀପାବଳି ପାଳନ ପ୍ରଥମେ ଆରମ୍ଭ ହୋଇଥିଲା ଶ୍ରୀରାମଚନ୍ଦ୍ରଙ୍କର ବନବାସରୁ ପ୍ରତ୍ୟାବର୍ତ୍ତନ କାଳରେ । ସେହି ସମୟରେ ବାଣର କ’ଣ ବ୍ୟବହାର ଥିଲା। ଏଣୁ ଏହାକୁ ଆମର ପରମ୍ପରା ବୋଲି କହିବା ମଧ୍ୟ ଅଯୁକ୍ତିକର।
ଏପରିସ୍ଥଳେ ଦୀପାବଳିରେ ବାଣ ନ ଫୁଟାଇବାକୁ ସମସ୍ତଙ୍କୁ ଅନୁରୋଧ।
କାରଣ ଏଥିରେ ଆମକୁ ମିଳୁଥିବା ଆନନ୍ଦ ଆସୁରିକ, ଏଣୁ ଏହା ବର୍ଜନୀୟ। ତେବେ ବାଣ ବଦଳରେ ଏହି ଆଲୋକର ପର୍ବରେ ଦୀପ ଜାଳନ୍ତୁ, ଯାହା ପରିବେଶ ଏବଂ ଜନସ୍ବାସ୍ଥ୍ୟ ପ୍ରତି ଅନୁକୂଳ।  ଏହି ଅବସରରେ ଚାଲନ୍ତୁ ଦୀପଟିଏ ଜାଳି ଜଗଜ୍ଜନନୀ ମା’ କାଳୀଙ୍କୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା।
-ପ୍ରଫେସର ଉମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଉଷ୍ମତା ମଧ୍ୟରେ ସମାଜବାଦୀ ପାର୍ଟି ବିଧାୟକଙ୍କ ଘରେ ପହଞ୍ଚିଲେ ଶାାହା, ସାମ୍ନାକୁ ଆସିଲା ଭିଡିଓ

ରାଏବରେଲି,୧୨।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ରାଏବରେଲି ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମାଜବାଦୀ ପାର୍ଟି ବିଧାୟକ ମନୋଜ ପାଣ୍ଡେଙ୍କ ଘରେ ପହଞ୍ଚିଥିଲେ।...

ଧନତେରାସ୍‌ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ

ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍‌ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍‌ ପାଇଁ...

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ଏବଂ ପବିତ୍ର କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଲୋକର ପର୍ବ ଦୀପାବଳି ଓ...

୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା...

ରାତି ୮ରୁ ୧୦ ଫୁଟିବ ବାଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି। ଏଥର...

ଭାରତର ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି...

୧୩୦ କୋଟି ଭାରତବାସୀଙ୍କ ଶୁଭକାମନା ଆଣିଛି, ଯବାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରକ୍ଷା ବାହିନୀ ସହିତ ତାଙ୍କର ଦିୱାଲୀ...

ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri