ବଲାଙ୍ଗୀର ଅଫିସ, ୮।୪: ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ମୁଖ୍ୟ ସହଯୋଗୀ ଆଲୋକ ଉଦ୍ଗାତା ଶନିବାର ଅସୁସ୍ଥ ହୋଇଛନ୍ତି। ଜେରା ବେଳେ ଆଲୋକ ଅଚେତ ହୋଇ ପଡ଼ିଥିବା ଜଣାପଡିଛି। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇଥିବା ବିଶେଷ ସୂତ୍ରରୁ ସୂଚନାମିଳିଛି।