ଲଘୁଚାପ: ଓଡ଼ିଶାରେ ପ୍ରଭାବ ନାହିଁ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଓଡିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ତାହା ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ଉପକୂଳ ଆଡ଼କୁ ମୁହଁାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ରାତ୍ରିର ତାପମାତ୍ରା ତଳକୁ ଖସିବ। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାହାଡ଼ିଆ ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିବା ଆରମ୍ଭ କରିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବନିମ୍ନ ତାପମାତ୍ର ୧୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବାବେଳେ ଅନୁଗୋଳରେ ୧୩.୮, ଦାରିଙ୍ଗିବାଡ଼ିରେ ୧୪, ଭବାନୀପାଟଣାରେ ୧୫.୫, କୋରାପୁଟରେ ୧୫ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share