Categories: ରାଜ୍ୟ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା, ୨୫ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି

ଭୁବନେଶ୍ୱର,୨୧।୧: ରାଜ୍ୟର କେତେକ ଅଞ୍ଚଳରେ ବୁଧବାରଠାରୁ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଶନିବାର ଏବଂ ରବିବାର ସକାଳୁ ସମ୍ବଲପୁର ସମେତ କିଛି ଅଞ୍ଚଳରେ ସାମନ୍ୟଠାରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି।

ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡ଼ିକରେ ଶୀତ ସ୍ୱାଭାବିକ ରହିଥିବାବେଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ପରିଲକ୍ଷିତ ହୋଇଛି । ଆଗାମୀ ୨/୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ବଳବତ୍ତର ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୯ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Share