ଆଲ୍‌ଜିମର୍ସ ରୋଗ ପାଇଁ ଲାଇଟ୍‌ ଥେରାପି

ଆଲ୍‌ଜିମର୍ସ ଏକ ବୟସଜନିତ ରୋଗ। ଏହା ମସ୍ତିଷ୍କକୁ ଦୁର୍ବଳ କରିବା ସହ ସ୍ନାୟୁକୋଷ ବିକାଶରେ ବାଧା ଉପୁଜାଏ। ଏଥିରୁ ଉପଶମ ପାଇବା ଲାଗି ଏକ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବିତ ହୋଇଛି। ତାହା ହେଲା ‘ଲାଇଟ୍‌ ଥେରାପି’। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ବିଶେଷଜ୍ଞମାନେ ଏପରି ଥେରାପି ଆବିଷ୍କାର କରିଛନ୍ତି। ଏହି ଥେରାପି ଦ୍ୱାରା ଶରୀରରେ ଗାମା ଓ୍ବେଭ୍‌କୁ ପ୍ରେରଣ କରାଯାଏ, ଯାହା ଆଲ୍‌ଜିମର୍ସ ପାଇଁ ଦାୟୀ ଜୀବାଣୁଗୁଡ଼ିକୁ ମାରିଦିଏ। କେବଳ ସେତିକି ନୁହେଁ, ଦୁର୍ବଳ ଲାଗିବା ଓ ନିଦ୍ରାଜନିତ ସମସ୍ୟାରୁ ଏହି ଥେରାପି କେତେକାଂଶରେ ଉପଶମ ଦେଇଥାଏ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗାମା ଓ୍ବେଭ୍‌ କୋଷଗୁଡ଼ିକ ଉପରେ ସୁପ୍ରଭାବ ପକାଇବା ସହ ମସ୍ତିଷ୍କକୁ ଶକ୍ତି ଯୋଗାଇଥାଏ। ତେଣୁ ଏହା ଆଲ୍‌ଜିମର୍ସରେ ପୀଡ଼ିତ ରୋଗୀମାନଙ୍କର ସ୍ମରଣ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।