ଆମେରିକାର ଜଣେ ଯୁବକ ବଜ୍ରପାତର ଲାଇଭ୍ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟ ଫିଲ୍ ଗାର୍ସିଆ ନ୍ୟୁ ମେକ୍ସିକୋରେ ଏହି ଫଟୋ କ୍ଲିକ୍ କରିଥିଲେ। ଯେଉଁଠି ବିଜୁଳି ପଡ଼ିଥିଲା, ସେଠାରେ ଏକ ବଡ଼ ଗଛ ଥିଲା। ଫଳରେ ତାହା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫିଲ୍ ଏହି ସମୟରେ ଫଟୋ ଉଠାଇବା ସହ ଲାଇଭ୍ କରିଥିଲେ। ଏବେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଫିଲ୍ ଆମେରିକାର ଏକ ସ୍କି ରିସର୍ଟରେ କାମ କରୁଛନ୍ତି। ସେ ତାଙ୍କ ବନ୍ଧୁଙ୍କ ସହିତ ନ୍ୟୁ ମେକ୍ସିକୋରେ ହାଇକିଙ୍ଗ୍ ପାଇଁ ଯାଇଥିଲେ। ସେଠାରେ ପାଗ ବହୁତ ଖରାପ ଥିଲା। ସେଠାରେ ବିଜୁଳି ଘଡ଼ଘଡ଼ି ଶବ୍ଦରେ କାନ ଫାଟି ପଡୁଥିଲା। ଏହି ସମୟରେ ଫିଲ୍ ତାଙ୍କ କ୍ୟାମେରା କାଢ଼ି ଫଟୋ ଉଠାଇବାରେ ଲାଗିଲେ। ଯେତେବେଳେ ବଜ୍ରପାତ ହେଲା ସେ ସଙ୍ଗେ ସଙ୍ଗେ ଫଟୋ ଉଠାଇନେଲେ। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜରମାନେ ଫିଲ୍ଙ୍କ ଏପରି ଫଟୋଗ୍ରାଫିକୁ ଖୁବ୍ ପ୍ରଶଂସା କରିଛନ୍ତି।