Advertisement

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନାନୁସାରେ ଦେଓ୍ବାନ ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ। ହେଲେ ହଠାତ୍‌ ବର୍ଷା ଆସିଥିବାରୁ ସେମାନେ ଘରକୁ ଯାଇ ପାରି ନ ଥିଲେ। ବଜ୍ରପାତ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ଜୟ ନାୟକ ଏବଂ ଗୁରୁତର ଦ୍ୱୟ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share