Advertisement

ପାଠପଢ଼ା ବେଳେ ବିଦ୍ୟାଳୟରେ ବଜ୍ରପାତ: ୧୦ ଛାତ୍ରୀଛାତ୍ର ଗୁରୁତର

ଦେବଗଡ଼,୧୯।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ୧୦ଜଣ ଛାତ୍ରୀଛାତ୍ର ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଅନ୍ୟପକ୍ଷେ ବଜ୍ରପାତ ଯୋଗୁ ବିଦ୍ୟାଳୟର ଛାତ ଫାଟି ଯିବା ସହ ବିଦ୍ୟୁତ୍‌ ଉପକରଣ ପୋଡି ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share