ବଜ୍ରପାତରେ ଗଲା ୪ ଜୀବନ

ବେହେରା/ରିଆମାଳ,୨୬।: (ଭୂପେଶ ତିୱାରୀ/ ନିରଞ୍ଜନ ବେହେରା): ମଙ୍ଗଳବାର ବଜ୍ରପାତରେ କଳାହାଣ୍ଡି ଓ ଦେବଗଡ ଜିଲାର ୪ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲାର ଏକ ଚାଷୀ ପରିବାରର ୩ ମହିଳା ଥିବାବେଳେ ଦେବଗଡ ଜିଲା ରିଆମାଳ ବ୍ଲକ ଜୋଡାଗୋଳା ଗାଁର ଜଣେ ଯୁବଚାଷୀ ରହିଛନ୍ତି।
ମଙ୍ଗଳବାର ଅପରାହ୍ନରେ କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ପର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନିଜ ଖେତରୁ କାମ ସାରି ଗ୍ରାମର ଗଏନ୍ତି ଲିମଗୋଛିଆ (୫୮), ରୂପେ ଲିମଗୋଛିଆ (୪୫) ଏବଂ ଲତା ଲିମଗୋଛିଆ (୧୬) ଘରକୁ ଫେରୁଥିଲେ। ବଜ୍ରପାତରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠାଇଥିଲା। ସା ଯୋଗୁ ବ୍ୟବଚ୍ଛେଦ ହୋଇପାରିନାହିଁ। ୩ଜଣ ଗୋଟିଏ ପରିବାରର। ମୃତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଦେବଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଲାମାଳ ପଞ୍ଚାୟତ ଜୋଡାଗୋଳା ଗ୍ରାମରେ ମଙ୍ଗଳବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ସେହି ଗ୍ରାମର ପ୍ରେମାନନ୍ଦ ଗଡତିଆ(୩୮)। ରିଆମାଳ ପୋଲିସ ମୃତଦେହ ଜବତ କରିଛି। ପ୍ରେମାନନ୍ଦ ଅପରାହ୍ନରେ ବିଲକୁ ଯାଇଥିବା ସମୟରେ ବଜ୍ରପାତ ହେବାରୁ ଅଚେତ ହୋଇ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ଛତାବର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର

ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ବାଜିଲା ଡାକବାଜି, ୩୦ରୁ ଉଚ୍ଛେଦ ଆରମ୍ଭ

ବରଗଡ, ୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର...

ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥମୁନି, କର୍ମୀଙ୍କ ବିରୋଧରେ ପ୍ରଶାସନର ଦ୍ୱାରସ୍ଥ ଗ୍ରାମବାସୀ

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ) : ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ଅଙ୍ଗନାବାଡ଼ି କର୍ମୀଙ୍କ ସପକ୍ଷରେ ୟୁନିୟନ ଆଗକୁ...

ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ...

ଲାଞ୍ଜିଗଡ଼ରେ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୨୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image