ବଜ୍ରକାପ୍ତା ଉଦ୍ଧାର: ୮ଗିରଫ

ବାରିପଦା,୨।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ
ରାଇରଙ୍ଗପୁର ନିକଟରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି । ଏ ନେଇ
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି । ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ସୂଚନା ପାଇ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଏହି ସଫଳତା ପାଇଛି । ଏହି ବଜ୍ରକାପ୍ତାଟି ଇଣ୍ଡିଆନ ପାଙ୍ଗୋଲିନ । ଏହା ବିଶ୍ବରେ ସର୍ବାଧିକ ବେପାର ହୋଇଥିବା ସ୍ତନ୍ୟପାୟୀ ପ୍ରାଣୀ ବୋଲି ବିଶ୍ୱାସ କରାଯାଏ। ତେବେ ଏଭଳି ପ୍ରଜାତିର ଜୀବଜନ୍ତୁକୁ ଶିକାର କରାଯାଇ ବାହାରକୁ ଚାଲାଣ କରାଯାଉଛି ।

Share