ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ

ୱାଶିଂଟନ,୬ ।୮: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ବି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏକ ଦମ୍ପତି ପରିବାର ସହ ହ୍ୱାଇଟ ହାଉସ ନିକଟରେ ଥିବା ଏକ ପାର୍କ ଲାଫାୟେଟ ସ୍କୋୟାରରେ ବିବାହ ବାର୍ଷିକୀ ପାଳନ କରିବାକୁ ଆସିଥିବା ସମୟରେ ଏହି ବଜ୍ରପାତ ହୋଇଥିଲା ।
ଡିଷ୍ଟ୍ରିକ୍ଟ ଅଫ କଲମ୍ବିଆ ଫାୟାର ଆଣ୍ଡ ଏମରଜେନ୍ସି ମେଡିକାଲ ସର୍ଭିସେସ ଡିପାର୍ଟମେଣ୍ଟର ସୂଚନା ଅନୁଯାୟୀ, ବଜ୍ରପାତରେ ଅନେକ ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Share