ଗାଈ ଗୋଠରେ ବଜ୍ରପାତ

ଝାରସୁଗୁଡ଼ା ଅଫିସ,୫।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଖଡାମ ଗ୍ରାମ ନିକଟରେ ଶନିବାର ରାତିରେ ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ୨ ଗାଈଙ୍କ ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବା ମୁତାବକ, ଏକ ମହୁଳ ଗଛ ମୂଳରେ ଗାଈ ପଲ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ଜଣାଇଛନ୍ତି।