ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ ହୋଇଥିବା ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମନ୍ଦିରର ୫୨ ଗଜ ଲମ୍ବ ଧ୍ୱଜାକୁ ଏହାଦ୍ୱାରା କ୍ଷତି ପହଞ୍ଚିଥିବା ସମ୍ପର୍କର ଜିଲାପାଳ ଏନ୍‌.ଡି. ଭଟ୍ଟାରିୟା କହିଛନ୍ତି। ବଜ୍ରପାତ ହୋଇଥିବା ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦିଆଯାଇଛି। ଏହାଯୋଗୁ ମନ୍ଦିରର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଶାହାଙ୍କୁୁ ଜଣାଇ ଦିଆଯାଇଛି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୧୧ ସେକେଣ୍ଡର ଭିଡ଼ିଓକୁ ପ୍ରିୟା ପାଣ୍ଡେ ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଛି।

Share