ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୌତମ ନାମକ ଜଣେ ଯୁବକ ତାଙ୍କ ଫାର୍ମ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଗୌତମ ନିକଟସ୍ଥ ଏକ ହାଟରେ ଥିବା ଝୁମ୍ପୁଡିରେ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ଗୌତମଙ୍କୁ ଝୁମ୍ପୁଡିରେ ପଡ଼ିଥିବାର ଦେଖିଥିଲେ। ତାଙ୍କ ପାଟି ଓ କାନରୁ ରକ୍ତସ୍ରାବ ହେଉଥିଲା। ସେ ସଂପୂର୍ଣ୍ଣ ଜଳି ଯାଇଥିଲେ ଏବଂ ତାଙ୍କ କାନରେ ଇୟରଫୋନ ମଧ୍ୟ ଲଗାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବର୍ଷା ଓ ବଜ୍ରପାତ ହେତୁ କାନ ଫାଟିଯାଇ ମୃତ୍ୟୁବରଣ କରିଛନ୍ତି।