ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ ଭାଉଜଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଯାଯାବର ବୋଲି ଜଣାପଡିଛି।

ଝାଡଖଣ୍ଡ ରାଞ୍ଚି ଅଞ୍ଚଳର ଗୋଟିଏ ପରିବାର ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରୁଗୋଡ଼ା ସାହିରେ ଏକ ଗଛ ମୂଳରେ ଟେଣ୍ଟ ବାନ୍ଧି ରହୁଥିଲେ। ସେମାନେ ଗାଁକୁ ଗାଁ ବୁଲି କାମ କରି ଚଳୁଥିଲେ। ଟେଣ୍ଟ ଭିତରେ ମା’ ରାମକେଲି ଭେସଲେ ତାଙ୍କର ୩ ବର୍ଷର ଝିଅ ଅଶ୍ୱିନୀ ଓ ଭାଉଜ ଦିଲରୁଚ୍ଚା ରହିଥିଲେ। ହେଲେ ଅପରାହ୍ନରେ ଗାଁରେ ବର୍ଷା ସାଙ୍ଗକୁ ଘଡ଼ଘଡି ସହ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଟେଣ୍ଡରେ ରହିଥିବା ମା’ ଝିଅ ଏବଂ ଭାଉଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାହାରକୁ ପରିବାରର ପୁରୁଷ ଲୋକେ ଯାଇଥିବାରୁ ସେମାନେ ବର୍ତ୍ତିଯାଇଛନ୍ତି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Share